ବିଡିଓଙ୍କ ଘରେ ଭିଜିଲାନ୍ସ, ୬ଟି ଜାଗାରେ ଚାଲିଛି ରେଡ

0

ଜଳେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଡିଓଙ୍କ ଘର ସମେତ ୫ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍ ।

ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ନେଇ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଆଜି ଭୋରରୁ କଟକ ଭିଜିଲାନ୍ସ ଡିଭିଜନର ୬ ଜଣିଆ ଟିମ୍ ବିଡ଼ିଓଙ୍କ ସରକାରୀ ବାସଭବନରେ ରେଡ କରିଛନ୍ତି । ଭିଜିଲାନ୍ସ ଡ଼ିଏସପି ସୋମନାଥ ବାରିକଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି। ଏକା ସାଙ୍ଗରେ କଟକର ଝିଙ୍କିରିଆସ୍ଥିତ ତାଙ୍କ ପୈତୃକ ଘର ସମେତ କଟକରେ ଥିବା ଶ୍ୱଶୁର ଘର ଏବଂ ଅନ୍ୟ ଦୁଇଟି ଜାଗାରେ ମଧ୍ୟ ଚଢ଼ାଉ ଜାରି ରହିଥିବାର ସୂଚନା ମିଳିଛି ।

Leave a comment