୧ ଲକ୍ଷ ୩ ହଜାର ଲାଞ୍ଚ ନେଉଥିବା ସମୟରେ ଧରିଲା ଭିଜିଲାନ୍ସ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଫରେଷ୍ଟର । ୧ ଲକ୍ଷ ୩ ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ପଞ୍ଜାରେ ପଡିଲେ ବଲାଙ୍ଗୀର ଜିଲ୍ଲା ବଂଗମୁଣ୍ଡା ରେଞ୍ଜ ସିନ୍ଧିକେଲା ଫରେଷ୍ଟର ହରିହର ସ୍ବାଇଁ ।

ବନ ବିଭାଗ ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ଶ୍ରମିକଙ୍କ କାର୍ଯ୍ୟ ବାବଦରେ ମାଗୁଥିଲେ ଟଙ୍କା । ଏ ନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଫରେଷ୍ଟର ହରିହର ସ୍ବାଇଁଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ।

Leave a comment