ୟୁକ୍ରେନରେ ଫସିରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ହୃଦୟବିଦାରକ ଦୃଶ୍ୟର ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି । ଫଳରେ ୟୁକ୍ରେନରେ ଫସିରହିଛନ୍ତି ଅନେକ ଓଡ଼ିଆ ଛାତ୍ରଛାତ୍ରୀ । ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ସେମାନଙ୍କ ଦ୍ବାରା ପଠାଯାଉଥିବା ଭିଡ଼ିଓ ଦେଖିଲେ ଆଖିରେ ଲୁହ ଆସିଯିବ । ସେମାନେ ଜୀବନ ବଞ୍ଚାଇବାକୁ କିପରି ବଙ୍କର ଭିତରେ ଲୁଚି ରହିଛନ୍ତି ତ ଆଉ କିଏ ଏଭଳି ବଞ୍ଚିବା ଅପେକ୍ଷା ମରିଯିବା ଭଲ ବୋଲି କହୁଛନ୍ତି । ୟୁକ୍ରେନ ସରକାରଙ୍କ ପକ୍ଷରୁ ତାଙ୍କୁ ଘରକୁ ଫେରିବା ପାଇଁ କୌଣସି ବ୍ୟବସ୍ଥା କରାନଯିବା ନେଇ ମଧ୍ୟ ସେମାନେ ବ୍ୟାକୁଳ ଅଛନ୍ତି । ସେହିପରି ନିଜ ନିଜ ସନ୍ତାନଙ୍କ ଏଭଳି ପରିସ୍ଥିତି ଦେଖି କାନ୍ଦି କାନ୍ଦି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଏହି ଛାତ୍ରଛାତ୍ରୀଙ୍କ ଅଭିଭାବକ ।

ଅପରପକ୍ଷରେ ରୋମାନିଆରେ ଭାରତର ରାଷ୍ଟ୍ରଦୂତ ରାହୁଲ ଶ୍ରୀବାସ୍ତବ କହିଛନ୍ତି, ଭାରତ ସରକାର ସମସ୍ତଙ୍କ ସୁରକ୍ଷିତ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଦିନ ରାତି କାମ କରୁଛି। ଆମର ମିଶନ ସେ ପର୍ଯ୍ୟନ୍ତ ପୂରା ହେବ ନାହିଁ ଯେ ପର୍ଯ୍ୟନ୍ତ ଆମେ ଅନ୍ତିମ ବ୍ୟକ୍ତିଙ୍କୁ ସୁରକ୍ଷିତ ବାହାର କରିନୁ। ତେବେ ଆଜି ଏକ ବିମାନ ଯୋଗେ ୨୧୯ ଜଣ ଭାରତୀୟଙ୍କୁ ମୁମ୍ବାଇ ଅଭିମୁଖେ ଆସୁଥିବା ସୂଚନା ମିଳିଛି ।

Leave a comment