ଆଜିକାଲି ପିଲାମାନଙ୍କର କ୍ରୋଧ ଓ ବିଶାରଦର କାରଣ ପାଲଟିଛି ଭିଡିଓ ଗେମ, ଭିଡିଓ ଗେମ ଖେଳିବା ଦ୍ୱାରା ପିଲାମାନଙ୍କ ଠାରେ ଦେଖାଯାଏ ଏଭଳି ପରିବର୍ତନ

ଆଗ କାଳରେ ବିଶେଷ ଭାବରେ ପିଲାମାନେ ଖେଳକୁଦ କରିବା ପାଇଁ ବାହାରକୁ ଯାଉଥିଲେ ଓ ବାହାରେ ସାଙ୍ଗ ମାନଙ୍କ ସହିତ ଅଧିକ ସମୟ ଅତିବାହିତ କରୁଥିଲେ l କିନ୍ତୁ ଆଜିକାଲି ପିଲାମାନେ ସର୍ବାଧିକ ସମୟ ଘରର ଚାରିକାନ୍ଥ ମଧ୍ୟରେ ଅତିବାହିତ କରୁଛନ୍ତି l ପିତାମାତା ୱର୍କିଙ୍ଗ ହୁଅନ୍ତୁ କିମ୍ବା ନହୁଅନ୍ତୁ, କିନ୍ତୁ ପିଲାମାନେ ବାହାର ଦୁନିଆଁ ବିଷୟରେ ସମ୍ପୂର୍ଣ ଅଜ୍ଞ l ସେମାନେ ହୁଏତ ଜାଣି ନଥିବେ ପାଖ ପଡିଶା ଘରେ କେତୋଟି ପିଲା ରହୁଛନ୍ତି l
ଏହାର ମୁଖ୍ୟ କାରଣ ହେଲା ଆଜିର ଭିଡିଓ ଗେମ୍ ର ଚାହିଦା l ଆଜିକାଲି ଯେଉଁ ପିଲାକୁ ଦେଖିବ ସିଏ ଗେମ୍ ଖେଳିବାରେ ବ୍ୟସ୍ତ, ସେମାନେ ଏତେ ମଗ୍ନ ହୋଇ ଯାଉଛନ୍ତି ଯେ ତାଙ୍କ ଚତୁର୍ପାର୍ଶ୍ୱରେ କଣ ଘଟୁଛି ସେମାନେ ଜାଣି ପାରୁ ନାହାନ୍ତି l କେବଳ ଭିଡିଓ ଗେମ୍ ନୁହେଁ ମୋବାଇଲ ରେ ମଧ୍ୟ ବିଭିନ୍ନ ପ୍ରକାରର ଗେମ୍ ଡାଉନଲୋଡ଼ କରି ଖେଳିବାରେ ବ୍ୟସ୍ତ ରହୁଛନ୍ତି l ପିତାମାତା ମଧ୍ୟ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବା ପାଇଁ ପିଲା ମାନଙ୍କୁ ମୋବାଇଲ, ଭିଡିଓ ଗେମ୍ , ଟ୍ୟାବ ଇତ୍ୟାଦି ଧରାଇ ଦେଉଛନ୍ତି l
– ଆଉଟ ଡୋର ଗେମ୍ ଦ୍ୱାରା ମନ ପ୍ରଫୁଲ୍ଲ ରହିଥାଏ l ମାନସିକ ଉତେଜନା ହ୍ରାସ ହୋଇଥାଏ l ପିଲାମାନେ ମିସାଣିଆ ସ୍ୱଭାବର ହୋଇ ଥାଆନ୍ତି l ପିଲାଙ୍କ ଚିନ୍ତାଧାରା ର ବିକାଶ ହୋଇଥାଏ l
– ଗବେଷଣା କହୁଛି ଯେତେବେଳେ କେହି ଜଣେ ଭିଡିଓ ଗେମ୍ ରେ ନିଜକୁ ବ୍ୟସ୍ତ ରଖିଥାଏ ତାର ମାନସିକ ସ୍ଥିତି ଗୋଟିଏ ଅଲଗା ଦୁନିଆରେ ରହିଥାଏ l ସିଏ ନିଜେ କେଉଁଠି ଅଛି ଓ କିଏ ତାର ଚତୁର୍ପାର୍ଶ୍ୱରେ ଅଛନ୍ତି ଜାଣିପାରି ନଥାଏ l ଭିଡିଓ ଗେମ୍ ଖେଳୁଥିବା ବ୍ୟକ୍ତିର ମସ୍ତିସ୍କ ଡୋପାମାଇନ ମୋଲିକ୍ୟୁଲ ଛାଡ଼ିଥାଏ l ଏହାଦ୍ୱାରା ତାକୁ ଭଲ ଲାଗିଥାଏ ଓ ସେ ଲଗାତାର ଖେଳି ଚାଲିଥାଏ l
– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଭିଡିଓ ଗେମ୍ ର ଅଭ୍ୟାସ ପାରିବାରିକ, ସାମାଜିକ, ଶୈଖିକ ଓ ବ୍ୟକ୍ତିଗତ ଜୀବନ କୁ ବର୍ବାଦ କରିଦେଇ ଥାଏ l ଏହାଛଡା ମଣିଷ ନିଜର ମାନସିକ ଭାରସାମ୍ୟ ହରାଇବାରେ ସକ୍ଷମ ହୋଇଥାଏ l
– ଭିଡିଓ ଗେମ୍ ଖେଳୁଥିବା ୬ବର୍ଷ ରୁ କମ୍ ଆୟୁର ଲୋକ ମାନଙ୍କ ଉପରେ ଅଧ୍ୟୟନ କରାଯାଇ ଥିଲା l ଯେଉଁଥିରେ ଦେଖିବାକୁ ମିଳିଥିଲା ୧୦ ପ୍ରତିଶତ ଛୁଆ ରୋଗରେ ପୀଡିତ ହୋଇଥିଲେ ଓ ଓ ତଥାପି ସେମାନେ ଗେମ୍ ଖାଳିବା ଛାଡି ନଥିଲେ l
– ଏଭଳି ପିଲାମାନେ ଅଧିକ ଅବସାଦ ଗ୍ରସ୍ତ ରହୁଥିଲେ ଯେଉଁମାନେ ବାରମ୍ବାର ଗେମ୍ ରେ ହାରୁଥିଲେ ଓ ସେମାନଙ୍କ ମୋବାଇଲ ରେ ଯଦି ଚାର୍ଜ ସାରି ଯାଉଥିଲା ତେବେ ବ୍ୟତିବ୍ୟସ୍ତ ହୋଇ ପଡୁଥିଲେ l ଏଭଳି ପିଲାମାନେ ମାନସିକ ଚାପ ସହିତ ଶାରୀରିକ ଅସୁସ୍ଥତା ର ଶିକାର ହେଉଥିଲେ l ଯେପରିକି ଗେମ୍ ରେ ହାରିବା କାରଣରୁ ଖାଇବା ପିଇବା ମଧ୍ୟ ପିଲାମାନେ ଛାଡି ଦେଇ ଥାନ୍ତି l
– ଗବେଷକ ଙ୍କ ମତରେ ଯେଉଁ ପିଲାମାନେ ଭିଡିଓ ଗେମ୍ ଖେଳିବାରେ ବ୍ୟସ୍ତ ରୁହନ୍ତି ସେମାନେ ଅଧିକ ଜିଦଖୋର ଓ ରାଗି ସ୍ୱଭାବର ହୋଇ ଥାଆନ୍ତି l ସେମାନେ ଛୋଟ ଛୋଟ କଥାରେ ଖୁବ ଶୀଘ୍ର ଓ ମାରାତ୍ମକ ପ୍ରତିକ୍ରିୟା ରଖନ୍ତି l ସେମାନଙ୍କ ମଧ୍ୟରେ ଲାଜ ଜିନିଷ ଟି ଆଉ ରୁହେନାହିଁ l
– ଯଦି ପିତାମାତା ନିଜ ସନ୍ତାନକୁ ଠିକ ଭାବରେ ଜୀବନ ଗଢିବା କୁ ଚାହୁଁଛନ୍ତି ତେବେ ଭିଡିଓ ଗେମ୍ ଠାରୁ ଦୁରେଇ ରଖିବା ନିହାତି ଆବଶ୍ୟକ l