ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ସଞ୍ଜୟ ଦାସବର୍ମାଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସଭାପତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ସହିତ ଆଜି ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।

ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମାନବ ଜାତି ବର୍ତ୍ତମାନ ଏକ ଅଭୂତପୂର୍ବ ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟ କୁ ସଫଳ ଭାବରେ ମୁକାବିଲା କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ଆମକୁ ଆର୍ଶିର୍ବାଦ ଦିଅନ୍ତୁ ବୋଲି ପ୍ରଥନା କରିଛନ୍ତି । କୋଭିଡ-୧୯ ଯୁଦ୍ଧରେ ସାର ବିଶ୍ଵ ରେ ଆମ ରାଜ୍ୟ ଓଡ଼ିଶା ସ୍ଥିତି ସବୁ ଠାରୁ ଭଲରେ ଅଛି । ଲକ୍ ଡାଉନ୍ ରେ ପ୍ରାୟ ୭ ଲକ୍ଷ ଲୋକ ଓଡ଼ିଶା ଆସିଛନ୍ତି, ଧନୀ ହେଉକି ଗରିବ ଓ ଗାଁ ହେଉକି ସହର କୋଭିଡ କେୟାର ର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର କରୁଛନ୍ତି। ଖାଦ୍ୟ ନିରାପତ୍ତା ପାଇଁ ୪ ମାସର ରାସନ୍ ଆଗୁଆ ଦେବା ସହିତ, ବିଭିନ୍ନ ଭତ୍ତା ମଧ୍ୟ ଆଗୁଆ ଦେଇଛନ୍ତି, ସେହିପରି ମିଶନ ସକ୍ତି ର ମା ମାନେ ଅସୁବିଧାରେ ଥିବା ଲୋକ ମାନଙ୍କୁ ଠିକ୍ ସମୟରେ ୨.୫ କୋଟି ମିଲ ଯୋଗାଇଛନ୍ତି। ଲକ୍ ଡାଉନ୍ ହେଉ ବା ସଟ୍ ଡାଉନ୍ ହେଉ ଆମେ ସବୁ ବେଳେ ବୈଜ୍ଞାନିକ ଆଭିମୁଖ୍ୟ ନେଇ କାମ କରିଛୁ। ବିଜୁ ଜନତା ଦଳର ମାଧ୍ୟମରେ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆହୁରି ବ୍ୟାପକ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ‘।

ଜିବନ ଯିବିକା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କୁ ଅଧିକ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୁଦ୍ଧରେ ଆପଣ ମାନଙ୍କର ବଡ଼ ଭୁମିକା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଆପଣ ମାନଙ୍କର ନେତୃତ୍ୱ ଉପରେ ଲୋକମାନଙ୍କ ର ଭରଷା ଓ ବିଶ୍ଵାସ ରହିଛି । ତେଣୁ କୋଭିଡ ଗାଇଡ୍ ଲାଇନ୍ସ ପାଳନ କରି ଲୋକ ମାନଙ୍କୁ ପ୍ରେରଣା ଦିଅନ୍ତୁ। ଏହି ସଙ୍କଟ ସମୟରେ ସେମାନେ ଯେପରି ନିଜର ଓ ନିଜ ପରିବାର ଉପଯୁକ୍ତ ଯତ୍ନ ନେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a comment