ଭେଟେରାନ୍‌ ଆକ୍ଟର କାଦର ଖାନ୍‌ଙ୍କ ପରଲୋକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂତନ ବର୍ଷର ଆରମ୍ଭରେ ବଲିଉଡ ହରାଇଛି ଜଣେ ବରିଷ୍ଠ ଅଭିନେତାଙ୍କୁ। କିଛିଦିନର ଅସୁସ୍ଥତା ପରେ ଶେଷରେ ବିଦାୟ ନେଇଛନ୍ତି ବଲିଉଡ୍‌ର ଭେଟେରାନ୍‌ ଆକ୍ଟର କାଦର ଖାନ୍‌ । ହାସ୍ୟ ଅଭିନେତା କାଦର ଖାନ୍‌ କାନାଡାର ଟରଣ୍ଟୋରେ ଥିବା ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏ ସମ୍ପର୍କରେ ତାଙ୍କ ପୁଅ ସର୍ଫରାଜ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ କାନାଡ଼ାରେ କାଦରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ବଲିଉଡ୍‌ରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସଂଳାପ ଲେଖକରୁ ହାସ୍ୟ ଅଭିନେତା ପାଲଟିଥିବା କାଦର ଖାନ୍ ତାଙ୍କ କ୍ୟାରିୟରେ ୩ଶହରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥିଲେ । ତାଙ୍କ ବିୟୋଗରେ ପ୍ରଶଂସକଙ୍କ ଆଖିରୁ ଝରିଛି ଲୁହ । ଡିସେମ୍ବର ୩୧ରେ ତାଙ୍କ ମୃତ୍ୟୁକୁ ନେଇ କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ସର୍ଫରାଜ ।

Leave a comment