କଖାରୁରେ ରହିଛି ଅନେକ ସୁଗୁଣ, ଦୈନିକ ଖାଆନ୍ତୁ ଓ ରୋଗକୁ ଦୂରେଇ ଦିଅନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରିବା ଏକ ପ୍ରକୃତିଦତ ଫଳ। ସେଥିମଧ୍ୟରୁ କଖାରୁ ଅନ୍ୟତମ। ଏଥିରେ କିଛି ଏଭଳି ପୋଷାକ ତତ୍ଵ ମିଳିଥାଏ ଯାହା ଆଉ ଅନ୍ୟ କୌଣସି ପରିବାରୁ ମିଳେ ନାହିଁ । ହୃଦୟ ରୋଗରେ ଅତ୍ୟଧିକ ଲାଭ କାରୀ ଅଟେ ଏହି କଖାରୁ । ଏହା ସହ ପେଟ ସମ୍ବନ୍ଧିତ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।ତେବେ ଆସନ୍ତୁ ଜାଣିବା କଖାରୁ ଖାଇବା ଦ୍ଵାରା କି କି ଲାଭ ହୁଏ ।
କଖାରୁର ଗୁଣ
ଏଥିରେ ସଚ୍ୟୁରେଟେଡ ଫ୍ୟାଟ ନଥାଏ । ଯାହା ଦ୍ଵାରା କୋଲେଷ୍ଟ୍ରୋଲ ର ମାତ୍ରା ଶରୀରରେ ଠିକ ରୁହେ । ଏହାର ସେବନ ଦ୍ଵାରା ହୃଦୟ ସୁସ୍ଥ ରୁହେ । ଏଥିରୁ ମିଳୁଥିବା ଡାଇଟାରୀ ଫାଇବର ପାଇଁ ପେଟ ଜନିତ ସମସ୍ୟାରୁ ମଧ୍ୟ ଆରାମ ମିଳେ । ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଏହି କଖାରୁରେ ମୁଖ୍ୟତଃ ବିଟା କେରୋଟିନ ମିଳିଥାଏ । ଏଥିରୁ ଆପଣଙ୍କୁ ଭିଟାମିନ ‘ଏ’ ମଧ୍ୟ ମିଳିଥାଏ ।

ହୃଦୟ ରୋଗୀଙ୍କ ପାଇଁ
ଯେଉଁମାନଙ୍କର ହୃଦୟ ଜନିତ ରୋଗ ଅଛି ସେମାନଙ୍କ ପାଇଁ କଖାରୁ ସେବନ କରିବା ବହୁତ ଲାଭଦାୟକ ଅଟେ । ଏହାକୁ ସେବନ କଲେ କୋଲେଷ୍ଟ୍ରୋଲ ଠିକ ରୁହେ ଯାହା ପାଇଁ ହୃଦୟ ମଧ୍ୟ ସୁସ୍ଥ ରୁହେ ।

ଡାଇବେଟିସ ପାଇଁ
ଏହା ରକ୍ତରେ ଶର୍କରାର ମାତ୍ରା ଠିକ ରଖେ । ସେଥିପାଇଁ ଡାକ୍ତର ମାନେ ମଧୁମେହ ରୋଗୀଙ୍କୁ କଖାରୁ ଖାଇବାକୁ କହିଥାନ୍ତି ।
ମନକୁ ଶାନ୍ତ ରଖେ
କଖାରୁ ରେ କିଛି ଏଭଳି ମିନେରାଲ୍ସ ଅଛି ଯାହା ମସ୍ତିସ୍କର କୋସିକାକୁ ଆରମ ଦେଇଥାଏ । ଯଦି ଆପଣ ରିଲାକ୍ସ ହେବାକୁ ଚହୁଁଛନ୍ତି ତ ଆପଣ କଖାରୁ ଖାଇ ପାରିବେ ।
କଖାରୁ ଜୁସ
କଖାରୁ ଜୁସ ର ସେବନ ଭରପୁର ମାତ୍ରାରେ କରନ୍ତୁ । ଏଥିରୁ ଅଧିକ ମାତ୍ରାରେ ମିଳୁଥିବା ଜିଙ୍କ ଶରୀର କୁ ସୁରକ୍ଷା ଦେବାର କାମ କରିଥାଏ । ଅସ୍ଟିଓପୋରୋସିସ ରେ ହାଡ ଦୁର୍ବଳ ହୋଇଯାଏ, ଯାହାର କାରଣ ହେଉଛି ଜିଙ୍କ ର ଅଭାବ । ଏହି ରୋଗରେ କଖାରୁ ଠୁ ଅଧିକ ମଞ୍ଜୀର ସେବନ କରନ୍ତୁ ।

ସୁନ୍ଦର ତ୍ଵଚା
କଖାରୁରେ ଭିଟାମିନ ‘ଏ’ ଭିଟାମିନ ‘ସି’ ଏବଂ ବିଟା କେରୋଟିନ ଭଳି ତତ୍ଵ ଥାଏ, ଯାହା ପ୍ରାକୃତିକ ରୂପରେ ତ୍ଵଚାକୁ ସୁନ୍ଦର କରିବାରେ ସାହାଯ୍ୟ କରେ । କଖାରୁ ଖାଇବା ଛଡା ଏହାର ଫେସ ପ୍ୟାକ ବନେଇ ଲଗାଇଲେ ମଧ୍ୟ ତ୍ଵଚାର ସୁନ୍ଦରତା ବଢିଥାଏ ।

Leave a comment