ଚାଲିଗଲେ ବେଦପ୍ରକାଶ, ପାଟକୁରା ନିର୍ବାଚନ ସ୍ଥଗିତ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁବାବୁଙ୍କ ମନ୍ତ୍ରୀ ମଣ୍ଡଳ ଜଣାଶୁଣା ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି । ସେ ଅନେକ ଦିନ ହେଲା ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କ ଶେଷ କୃତ୍ୟ ପୁରୀରେ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ପଟକୁରରୁ ୨୦୦୯ ଓ ୨୦୧୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲାଙ୍କର ଆଜି ସକାଳେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସେ ପୂର୍ବରୁ କେନ୍ଦ୍ରାପଡାରୁ ୪ଥର ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟଙ୍କ ସରକାରରେ ସେ ଅର୍ଥମନ୍ତ୍ରୀ ଥିଲେ ।
ଏଥର ମଧ୍ୟ ବେଦପ୍ରକାଶ ପାଟକୁରାରୁ ବିଜେଡି ବିଧାୟକ ଭାବେ ପ୍ରାଥୀ ପତ୍ର ଦାଖଲ କରିଥିଲେ । ପ୍ରାଥୀ ପତ୍ର ଦାଖଲ କରିବା ପୁର୍ବରୁ ମଧ୍ୟ ବେଦପ୍ରକାଶ ଅସୁସ୍ଥ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉର୍ଣ୍ଣତ୍ତି ହେବାପରେ ସେ ନାମାଙ୍କନ ପତ୍ର ଦାଖିଲ କରିଥିଲେ । ଏହା ପରେ ପୁଣିଥରେ ସେ ଅସୁସ୍ଥ ହୋଇପଡିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଥିଲେ ।
ବେଦପ୍ରକାଶ ଅଗ୍ରୱାଲ ୧୯୩୭ ମସିହାରରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୭-୭୦ ମସିଆ ପର୍ଯ୍ୟନ୍ତ କେନ୍ଦ୍ରାପଡା ମ୍ୟୁନିସିପାଲଟି ଚେୟାରମ୍ୟାନେ ଥିଲେ । ପରବର୍ତ୍ତୀ ସମୟରେ ସେ ଉକ୍ରଳ କଂଗ୍ରେସରେ ଯୋଗ ଦେଇ କେନ୍ଦ୍ରାପଡାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ଜନତା ଦଳରେ ସାମିଲ ହୋଇ କେନ୍ଦ୍ରାପଡାରୁ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ବିଜେପିରେ ସାମିଲ ହୋଇ କେନ୍ଦ୍ରାପଡାରୁ ନିର୍ବାଚିତ ହୋଇଥିଲେ । ଏହା ପରେ ପୁଣି ସେ ବିଜେଡିକୁ ଫେରି ପାଟକୁରାରୁ ୨୦୦୯ ଓ ୨୦୧୪ରେ ନିର୍ବାଚିତ ହୋଇଥିଲେ । ସେ ମୋଟ ୬ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ତାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବାସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ବେଦପ୍ରକାଶଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ କେନ୍ଦ୍ରାପଡା ସମେତ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି ।