ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ ଏହି, କେତୋଟି ବାସ୍ତୁ ଜିନିଷ

0

ବାସ୍ତୁ ଶାସ୍ତ୍ରରେ ପ୍ରତେକ ଜିନିଷକୁ ରଖିବା ପାଇଁ ସଠିକ ଦିଗ ନିର୍ଣ୍ଣୟ କରାଯାଇଛି l ବାସ୍ତୁ ଶାସ୍ତ୍ର ଅନୁସାରେ କିଛିଟା କାର୍ଯ୍ୟକୁ ନିଜ ଜୀବନରେ ସାମିଲ କରିବା ଆବଶ୍ୟକ , ଯାହାଦ୍ୱାରା ନିଜ ଘରେ ସକାରତ୍ମକ ଶକ୍ତି ଘରକୁ ଆସିଥାଏ l ତେଣୁ ଆମେ ସେହି ସବୁ ଜିନିଷକୁ ନିଜ ଜୀବନରେ କରିବା ଦ୍ୱାରା କିଛିଟା ଘରେ ପରିବର୍ତନ ହୋଇଥାଏ l ତା ସହିତ ଆପଣଙ୍କ ଭାଗ୍ୟ ମଧ୍ୟ ପରିବର୍ତନ ହୋଇପାରିବ ଓ ଘରୁ ଅଶାନ୍ତି ଦୂର ହେବ l

ଘରେ ପ୍ରତିଦିନ କର୍ପୁର ଆଳତୀ କରିବା ଉଚିତ l ଏପରି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ଓ ଶାନ୍ତି ରହିଥାଏ l

ଘରେ ସୋରିଷ ତେଲ ଦ୍ବୀପ ରେ ଲବଙ୍ଗ ପକାଇ ପ୍ରତି ଶନିବାର ଦିନ ଜଳାଇବା ଦ୍ୱାରା ଶନିଙ୍କ ପ୍ରକୋପ କମିଥାଏ ଓ ପରିବାର ସଦସ୍ୟ ସୁସ୍ଥ ରହିଥାଆନ୍ତି l ରୋଗ ବୈରାଗ୍ୟ ରୁ ସମସ୍ତେ ଦୁରେଇ ରୁହନ୍ତି l

ପ୍ରତି ଗୁରୁବାର ଦିନ ତୁଳସୀ ଗଛରେ ଜଳ ସହିତ ଦୁଗ୍ଧ ଅର୍ପଣ କରନ୍ତୁ l କୁହାଯାଏ ଯେ ଏପରି କରିବା ଦ୍ୱାରା ଘରୁ ଅଶାନ୍ତି ଦୂର ହୋଇଥାଏ l

ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ଯେତେବେଳେ ରୁଟି କରୁଛନ୍ତି ତାୱା ଉପରେ ରୁଟି ପକାଇବା ପୂର୍ବରୁ ସାମାନ୍ୟ ଦୁଗ୍ଧ ଛିଞ୍ଚନ୍ତୁ l ଏପରି କରିବା ଦ୍ୱାରା ଅଗ୍ନି ଦେବତା ଶାନ୍ତ ହୁଅନ୍ତି ଓ ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ ହୁଏ l

ଘର ଭିତରେ ଝାଉଁଳି ଯାଇଥିବା ଫୁଲ ଓ ଗଛ ରଖନ୍ତୁ ନାହିଁ l ମାନ୍ୟତା ରହିଛି ଯେ ଜୀବନରେ ଦୁଃଖ ଭରିଯାଏ l ତେଣୁ ସବୁବେଳେ ସତେଜ ଫୁଲ ରଖିବା ଆବଶ୍ୟକ l

ସାଧୁ ସନ୍ଥଙ୍କ କହିବା ଅନୁସାରେ ଘରେ ବୟସ୍କ ମାନଙ୍କୁ ବିଶେଷ ମର୍ଯ୍ୟାଦା ଦେବା ଆବଶ୍ୟକ l କାରଣ ସେମାନଙ୍କ ଆଶୀର୍ବାଦରୁ ସମସ୍ତ ବିପଦ ଦୁରେଇ ଯାଇଥାଏ l

କେବେବି ଖାଇବା ବାସନାକୁ କଚାଡି ରଖିବା ଉଚିତ ନୁହେଁ l ଏହାଦ୍ୱାରା ଲକ୍ଷ୍ମୀ ଙ୍କ ଅପମାନ ହୋଇଥାଏ ଓ ଆର୍ଥିକ ଅନାଟନ ଦେଖାଯାଏ l

ସବୁବେଳେ ଘରର ପୂର୍ବଦିଗରେ ତୁଳସୀ ଗଛ ରଖିବା ଆବଶ୍ୟକ l ଏହାଦ୍ୱାରା ସୂର୍ଯ୍ୟଦେବ , ବିଷ୍ଣୁ ଓ ଲକ୍ଷ୍ମୀଙ୍କ ଆଶୀର୍ବାଦ ସନ୍ତାନ ମାନଙ୍କ ଉପରେ ରହିଥାଏ l

Leave a comment