ଘରେ ରଖନ୍ତୁ ନାହିଁ ଏହି ୪ଟି ଜିନିଷ,ନଚେତ୍ ହୋଇ ଯିବେ କାଙ୍ଗାଳ

0

ଆମ ଓଡ଼ିଆ ଘରେ ଆମେ ବାସ୍ତୁ ଶାସ୍ତ୍ର କୁ ଖୁବ୍ ମହତ୍ତ୍ଵ ଦେଇଥାଉ । କାରଣ ବାସ୍ତୁ ଶାସ୍ତ୍ର ଦ୍ଵାରା ଘରକୁ ସକାରାତ୍ମକ ଶକ୍ତି ଓ ନକାରାତ୍ମକ ଶକ୍ତି ଆସିଥାଏ । ବେଳେବେଳେ ଏପରି କିଛି ଜିନିଷ କୁ ନେଇ ଆମେ ଘର ସଜାଇ ଥାଉ ଯାହା ଆମ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଆମେ ସେଥି ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । ଆଜି ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଘରେ ରଖିବା ଉଚିତ୍ ନୁହେଁ –

୧) କଣ୍ଟା ଯୁକ୍ତ ଗଛ ଅର୍ଥାତ୍ କାକ୍ଟସ -: ଆପଣ କଦାପି ଘରେ କାକ୍ଟସ ରଖନ୍ତୁ ନାହିଁ। ଗୋଲାପ ବ୍ୟତୀତ ଅନ୍ୟ କୌଣସି ଯଦି କଣ୍ଟା ଯୁକ୍ତ ବୃକ୍ଷ ରଖିଛନ୍ତି ତେବେ ତୁରନ୍ତ ବାହାର୍ କରି ଦିଅନ୍ତୁ । କାରଣ ଏହା ଦ୍ଵାରା ଘର କୁ ନକାରାତ୍ମକ ଶକ୍ତି ଘରକୁ ଆସିଥାଏ ।

୨) ନେଗେଟିଭ ଫଟୋ ଚିତ୍ର -: ଘରେ ଏପରି କୌଣସି ଛବି ରଖିବା ଉଚିତ୍ ନୁହେଁ ଯାହାଦ୍ଵାରା ଜୀବନ ରେ ଓ ଘରେ ନକାରାତ୍ମକ ଶକ୍ତି ଆସିବ । ଘରେ କଦାପି ଥୁଣ୍ଟା ଗଛ ର ଚିତ୍ର ରଖନ୍ତୁ ନାହିଁ, ବୁଡି ଯାଇଥିବା ଜାହାଜ ର ଚିତ୍ର ରଖନ୍ତୁ ନାହିଁ, କୌଣସି ଯୁଦ୍ଧ ଚିତ୍ର, ଶିକାର କରୁ ଥିବା ଚିତ୍ର ଇତ୍ୟାଦି ରଖନ୍ତୁ ନାହିଁ । ଏହାଦ୍ବାରା ଘରର ଅଧପତାନ ହୋଇଥାଏ ।

୩) ତାଜ୍ ମହଲ :- ପ୍ରେମ ର ପ୍ରତୀକ ତାଜ ମହଲ । ଅଧିକାଂଶ ସମୟରେ ଆମକୁ କେହି କେହି ତାଜ ମହଲ ଉପହାର ଭାବରେ ଦେଇ ଥାଆନ୍ତି । ତାଜ ମହଲ ପ୍ରେମ ର ପ୍ରତୀକ ହୋଇ ଥିଲେ ମଧ୍ୟ ଏହା ମୋଗଲ ସମ୍ରାଟ ଶାହାଜାହାନ ଙ୍କ ପତ୍ନୀ ମମତାଜ ଙ୍କ ସମାଧି ଅଟେ । ତେଣୁ ଏହାକୁ ଘରେ ରଖିବା ଉଚିତ୍ ନୁହେଁ ।

୪) ନଟରାଜ ମୂର୍ତ୍ତି କିମ୍ବା ଫଟୋ :- ନଟରାଜ ମୂର୍ତ୍ତି କିମ୍ବା ଫଟୋ ହେଉଛି ଶିବ ଙ୍କ ତାଣ୍ଡବ ନୃତ୍ୟ ର ମୂର୍ତ୍ତି ଅଟେ । କିନ୍ତୁ ବାସ୍ତୁ ଶାସ୍ତ୍ର ରେ ଏହାକୁ ବିନାଶ ର କାରଣ ଭାବରେ ଗ୍ରହଣ କରାଯାଇ ଥାଏ । ତେଣୁ ଏହାକୁ ଘରେ ରଖିବା ଉଚିତ୍ ନୁହେଁ । ଏହା ଆର୍ଥିକ ଅନାଟନ ର କାରଣ ହୋଇଥାଏ ।

Leave a comment