ଘରେ ଦରିଦ୍ରତା ଓ ଆର୍ଥିକ ସଙ୍କଟ ଦେଖା ଦେବାର ମୁଖ୍ୟ କାରଣ,ଜଣାନ୍ତୁ

0

ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ କଥା ଗୁଡିକର ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ଏହା ସହିତ ମଣିଷକୁ କେବେ ହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ଅନୁଚିନ୍ତା ବିଷୟରେ । ଜୀବନରେ ସୁଖ ଶାନ୍ତି ପ୍ରାପ୍ତ କରିବାକୁ ହେଲେ କେଉଁ ନୀତି ନିୟମ ପାଳନ କରିବା ଆବଶ୍ୟକ ? ଆସନ୍ତୁ ତାହା ସମ୍ବନ୍ଧରେ ଜାଣିବା ।

୧- ଦରିଦ୍ରତା କାରଣରୁ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଦରିଦ୍ରତାର ମୁଖ୍ୟ କାରଣ ସମ୍ବନ୍ଧରେ ଆସନ୍ତୁ ଜାଣିବା । ରୋଷେଇ ଘର ପାଖରେ କେବେ ମଧ୍ୟ ପରିସ୍ରା କରିବା ଉଚିତ ନୁହେଁ, ଏହା ଦ୍ଵାରା ଦାରିଦ୍ରତା ଆସିବା ସହିତ ଅଶୁଭ ହୋଇଥାଏ ।

୨- ଭାଙ୍ଗିଯାଇଥିବା ପାନିଆରେ କେବେ ମଧ୍ୟ ମୁଣ୍ଡ କୁଣ୍ଡାଇବା ଉଚିତ ନୁହେଁ, ଏହା ଅଶୁଭ ହେବା ସହିତ ପଇସା ଅଭାବ ଦେଖା ଦେଇଥାଏ ।

୩- ଘରେ କେବେ ମଧ୍ୟ ଭାଙ୍ଗିଯାଇଥିବା କୌଣସି ଜିନିଷ ବ୍ୟବହାର କରିବା ଉଚିତ ନୁହେଁ, ଏହାଦ୍ବାରା ଅଶୁଭ ହେବା ସହିତ ଅର୍ଥ ହାନି ହୋଇଥାଏ ।

୪- ଘରେ କେବେ ମଧ୍ୟ ଅଳିଆ ଆବର୍ଜନା ଗଦା କରିବା ଉଚିତ ନୁହେଁ, ଏହାଦ୍ଵାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଦରିଦ୍ରତା ଦେଖା ଦେବାର କାରଣ ହୋଇଥାଏ ।

୫- ନିଜ ସମ୍ପର୍କୀୟ ଲୋକଙ୍କ ସହିତ କେବେ ମଧ୍ୟ ଖରାପ ଆଚରଣ କରିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଦାରିଦ୍ର୍ୟତା ବୃଦ୍ଧି ର କାରଣ ହୋଇଥାଏ ।

୬- ସନ୍ଧ୍ୟା ସମୟରେ କେବେ ମଧ୍ୟ ଶୋଇବା ଉଚିତ ନୁହେଁ, ଏହାଦ୍ଵାରା ପଇସା ର ଅଭାବ ହୋଇଥାଏ ଏବଂ ଅଶୁଭ ମଧ୍ୟ ହୋଇଥାଏ ।

୭- ଯଦି ଘରକୁ ଅତିଥି ଆସନ୍ତି ତେବେ ତାଙ୍କ ଉପରେ ମନ ଖରାପ କରିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ ।

୮- ନିଜର ରୋଜଗାର ଠାରୁ କେବେ ମଧ୍ୟ ଅଧିକ ପଇସା ଖର୍ଚ୍ଚ କରିବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଅର୍ଥ ଅଭାବ ର କାରଣ ହୋଇଥାଏ ।

Leave a comment