ବସ୍ତୁ ଦୋଷ ଅଛିକି ଘରେ ରଖନ୍ତୁ ଏହି ୫ଟି ମାଟିର ଜିନିଷ ଦୂରହେବ ଘରର ସମସ୍ତ ବସ୍ତୁ ଦୋଷ

0

ଆମେ ସମସ୍ତେ ଜାଣିଚୁ ଯେ ମାଟି ବାସନ ଶରୀର ପାଇଁ ଖୁବ ଉପଯୋଗୀ l ଏହା ଆମର ଶରୀରକୁ ସୁସ୍ଥ ରଖିବାରେ ବିଶେଷ ପଦକ୍ଷେପ ଗ୍ରହଣ କରିଥାଏ l କିନ୍ତୁ ଧାର୍ମିକ ଦୃଷ୍ଟି କୋଣରୁ ମଧ୍ୟ ମାଟି ଜିନିଷ ଖୁବ ଶୁଭ ଅଟେ l ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ ମାଟି ରେ ପ୍ରସ୍ତୁତ ବିଭିନ୍ନ ଉପକରଣ ଆଣିବା ଖୁବ ଶୁଭ ଅଟେ l ଏହାଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଓ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ l

ଆସନ୍ତୁ ଜାଣିବା ଘରକୁ କେଉଁ ସବୁ ମାଟି ଜିନିଷ ଆଣିବା ଦ୍ୱାରା ଭାଗ୍ୟ ବଦଳି ଯାଇଥାଏ –

* ମାଟି ହାଣ୍ଡି ବା କଳସି – ବାସ୍ତୁ ଶାସ୍ତ୍ର ଅନୁସାରେ ମାଟି କଳସୀ ଖୁବ ଶୁଭ ଅଟେ l କୁହାଯାଏ ଯେ ମାଟି କଳସି ଘରେ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ l ଘରର ଉତ୍ତର ଦିଗରେ ପାଣି ଭର୍ତି ମାଟି କଳସି ରଖିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

* ମାଟି କୁଣ୍ଡ – ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମାଟିରେ ତିଆରି କୁଣ୍ଡ ରଖିବା ଦ୍ୱାରା ଘରକୁ ସମୃଦ୍ଧି ଆସିଥାଏ ଓ ଘରର ସଦସ୍ୟ ଙ୍କ ଶରୀର ନିରୋଗୀ ରହିଥାଏ ଓ ଶାନ୍ତି ରୁହେ l

* ମାଟି ସୁରେଇ – ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ ମାଟି ସୁରାଇ ରଖିବା ଖୁବ ଶୁଭ ଅଟେ l କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଦିଗକୁ ଦେବତାଙ୍କ ଦିଗ ଭାବରେ ଗ୍ରହଣ କରାଯାଇ ଥାଏ l

* ମାଟି ମୂର୍ତି – ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ ମାଟିରେ ତିଆରି ମୂର୍ତି ରଖିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ଓ ଜୀବନ ରୁ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

* ମାଟି ଦୀପ – ଆଜିକାଲି ଆମେ ପୂଜାରେ ବିଭିନ୍ନ ଧାତୁରେ ନିର୍ମିତ ଦୀପ ବ୍ୟବହାର କରିଥାଉ l କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆମେ ଠାକୁରଙ୍କ ନିକଟରେ ମାଟିରେ ପ୍ରସ୍ତୁତ ଦୀପ ବ୍ୟବହାର କରିବା ତେବେ ନକାରାତ୍ମକ ଶକ୍ତି ଦୁରେଇ ଯିବ l ଘରର ବାତାବରଣ ରେ ଶୁଦ୍ଧତା ଆସିବ l

Leave a comment