ଧନ ଅର୍ଜନକୁ ନିମନ୍ତ୍ରଣ ଦେଇଥାଏ ଏହିସବୁ ଗଛ,ଘରେ ଲଗାନ୍ତୁ

ଗଛ ସମସ୍ତଙ୍କର ପସନ୍ଦ ଅଟେ l ପ୍ରାୟ ସମସ୍ତେ ନିଜ ଘରଭିତରେ ଓ ବାହାରେ ଗଛଟିଏ ଲଗାଇ ସୁଖ ଲଭି ଥାଆନ୍ତି l କିନ୍ତୁବିସେସ ଭାବରେ ଏପରି କିଛି ଗଛ ରହିଛି ଯାହାକି ଆମେ ନିଜ ଘର ଅଗଣାରେ ଲଗାଇବା ଦ୍ୱାରା ଧନ ଲାଭର ସମ୍ଭାବନା ରହିଥାଏ l ଆସନ୍ତୁ ଜାଣିବା ସେହି ଗଛ ବିଷୟରେ l
* କଦଳୀ ଗଛ –
କଦଳୀ ଗଛକୁ ଗୋଟିଏ ପବିତ୍ର ଗଛ ଭାବରେ ଗ୍ରହଣ କରାଯାଇ ଥାଏ l ଆମେ ପ୍ରାୟ ପ୍ରତିଟି ଶୁଭ କାର୍ଯ୍ୟରେ କଦଳୀ ପତ୍ରର ବ୍ୟବହାର କରିଥାଉ l କିନ୍ତୁ ମାନ୍ୟତା ରହିଛି ଯେ କଦଳୀ ଗଛ ଘର ଅଗଣାରେ ଲଗାଇବା ଦ୍ୱାରା ଘରକୁ ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ l ତେଣୁ କଦଳୀ ଗଛକୁ ପୂର୍ବ ଦିଗରେ ଲଗାଇବା ନିହାତି ଜରୁରୀ l
* ତୁଳସୀ ଗଛ –
ଆମ ହିନ୍ଦୁ ଧର୍ମରେ ତୁଳସୀ ଗଛ ଗୋଟିଏ ପବିତ୍ର ବୃକ୍ଷ ଭାବରେ ଗ୍ରହଣ କରାଯାଇ ଥାଏ l ଏହି ବୃକ୍ଷକୁ ପ୍ରତିଟି ହିନ୍ଦୁ ନାରୀର ଗର୍ବ ଓ ଗୌରବ ଭାବରେ ଗ୍ରହଣ କରାଯାଇ ଥାଏ l ତୁଳସୀ ବୃକ୍ଷଟିଏ ଘର ଅଗଣାରେ ଶୋଭା ପାଇବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ l ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ l ତୁଳସୀ କୁ ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ l
* ସମୀ ବୃକ୍ଷ –
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମୀ ବୃକ୍ଷ ଗୋଟିଏ ପ୍ରଭାବଶାଳୀ ବୃକ୍ଷ ଅଟେ l ତେଣୁ ଏହାକୁ ଘର ଅଗଣାରେ ଲଗାଇଲେ ଘରେ ସୁଖ ସମୃଦ୍ଧି ବାସ କରିଥାଏ l ଶମୀବୃକ୍ଷ ଗୋଟିଏ ପବିତ୍ର ବୃକ୍ଷ ଅଟେ l ଏହାକୁ ପ୍ରତି ଶନିବାର ଦିନ ପୂଜା କରିବା ଦ୍ୱାରା ଶନି ଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି l ତେଣୁ ଏହି ବୃକ୍ଷଟିକୁ ଘରର ଦକ୍ଷିଣ ଦିଗରେ ଲଗାଇ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରାଯାଏ l
* ଅଁଳା ବୃକ୍ଷ –
ଏହି ବୃକ୍ଷ ଗୋଟିଏ ପବିତ୍ର ବୃକ୍ଷ ଅଟେ l ମାନ୍ୟତା ରହିଛି ଯେ ଅଁଳା ବୃକ୍ଷରେ ସ୍ୱୟଂ ନାରାୟଣ ବାସ କରନ୍ତି l ତେଣୁ ଅଁଳା ବୃକ୍ଷକୁ ଲଗାଇବା ଦ୍ୱାରା ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ ଓ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l