ଘରେ ଝଗଡା ହେବାର ଏହି ୫ଟି ବାସ୍ତୁ ଦୋଷ

0

ଜୋତିଷ ଶାସ୍ତ୍ରରେ ବାସ୍ତୁର ବିଶେଷ ମହତ୍ତ୍ବ ରହିଥାଏ। ବାସ୍ତୁର ଉପାୟ ଦ୍ବାରା ବ୍ୟକ୍ତିଗତ ଜୀବନ ଏବଂ ପ୍ରଫେସନାଲ ଲାଇଫରେ ହେଉଥିବା ବିଭିନ୍ନ ପ୍ରକାରର ଚିନ୍ତାକୁ ଦୂର କରାଯାଇପାରିବ। କିଛି ଏମିତି ଟିପ୍ସ ଅଛି ଯାହା ସାହାଯ୍ୟରେ ଆପଣ ବିଭିନ୍ନ ସମସ୍ୟାର ସମାଧାନ କରିପାରିବେ।

– ବାସ୍ତୁ ଶାସ୍ତ୍ରରେ ଐଶାନ୍ୟ କୋଣର ବିଶେଷ ମହତ୍ତ୍ବ ରହିଥାଏ। ଏହି ଦିଶାକୁ ବହୁତ ଶୁଭ ବୋଲି ଧରାଯାଏ। ଘରର ଐଶାନ୍ୟ ଭାଗ ଉଠିଲା ଭଳି ରହିବା କଥା ନୁହେଁ। ଘରର ଏହି ଜାଗାରେ ଦୋଷ ହେବା କାରଣରୁ ପିତା-ପୁତ୍ରଙ୍କ ମଧ୍ୟରେ ଦୂରତା ବଢ଼ିଥାଏ।

– ଘରର ଉତ୍ତର ପୂର୍ବ କୋଣରେ ଷ୍ଟୋର ରୁମ୍ ତିଆରି କରିବା ଉଚିତ ନୁହେଁ। ଏହିଭଳି କରିବା ଦ୍ବାରା ଘରର ସଦସ୍ୟଙ୍କ ଭିତରେ ମଧ୍ୟ ଝଗଡା ହୋଇଥାଏ।

– ବାସ୍ତୁ ଅନୁସାରେ ଉତ୍ତର ପୂର୍ବ ଦିଶାରେ ରୋଷେଇ ଘର କିମ୍ବା ଶୌଚାଳୟ ହେବା ଦ୍ବାରା ଘରର ସଦସ୍ୟ ମାନଙ୍କ ଭିତରେ ମନାନ୍ତର-ମତାନ୍ତର ଲାଗି ରହିଥାଏ। ଏହି ଚିନ୍ତାରେ ମୁକ୍ତି ପାଇବା ପାଇଁ ଉତ୍ତର ପୂର୍ବ ଦିଶାରେ ଶୌଚାଳୟ କିମ୍ବା ରୋଷେଇ ଘର କରିବା ଆବଶ୍ୟକ ନୁହେଁ।

-ଐଶାନ୍ୟ କୋଣରେ ବିଦ୍ୟୁତ୍ ଉପକରଣକୁ ରଖିବା ଦ୍ବାରା ପିତା-ପୁତ୍ରଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥାଏ। ଘରର ଉତ୍ତର ପୂର୍ବ ଦିଶାରେ ଏହି ସବୁ ଜିନିଷ ରଖିବା ଉଚିତ ନୁହେଁ।

-ବାସ୍ତୁ ଅନୁସାରେ ଘରର ଉତ୍ତର ପୂର୍ବ ସ୍ତାନରେ ଡଷ୍ଟବିନ୍ ରଖିବା ଉଚିତ ନୁହେଁ। ଏଥିରୁ ଘରର ସଦସ୍ୟ ମାନଙ୍କ ମଧ୍ୟରେ ଝଗଡା ଲାଗି ରହିଥାଏ।

Leave a comment