ଶୋଇବା ପୂର୍ବରୁ ଜପ କରନ୍ତୁ ଏହି ୩ଟି ମନ୍ତ୍ର,ଦେଖିବେ ଦୂରହେବ ସମସ୍ୟା

0

ଦେବାଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ମନ୍ତ୍ର ସ୍ତ୍ରୋତ୍ର ରହିଛି। କିଛି ଶକ୍ତିଶାଳୀ ମନ୍ତ୍ର ଏମିତି ବି ଅଛି, ଯାହାକୁ ଜପ କରିବା ଦ୍ୱାରା ଧନ ସହ ଜଡ଼ିତ ସମସ୍ତ ପ୍ରକାରର ସମସ୍ୟା ସମାଧାନ ହୋଇଯାଏ। ଏସବୁ ମନ୍ତ୍ରକୁ ସକାଳେ କିମ୍ବା ରାତିରେ ଶୋଇବା ପୂର୍ବରୁ ଜପ କଲେ ବିଶେଷ ରୂପେ ଲାଭ ମିଳେ। ତେବେ ଆସନ୍ତୁ ଜାଣିବା କ’ଣ ସେହି ମନ୍ତ୍ର, ଯାହାକୁ ନିୟମିତ ପାଠ କଲେ ଧନ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି…

କନକଧାରା ସ୍ତ୍ରୋତ୍ର:
ଗରିବଙ୍କ କଲ୍ୟାଣ ପାଇଁ ଶଙ୍କରାଚାର୍ଯ୍ୟ କନକଧାରା ସ୍ତ୍ରୋତ୍ର ରଚନା କରିଥିଲେ। ମାନ୍ୟତା ରହିଛି, ଏହାକୁ ସକାଳେ କିମ୍ବା ରାତିରେ ଶୋଇବା ପୂର୍ବରୁ ପାଠ କଲେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।

କନକଧାରା ସ୍ତ୍ରୋତ୍ରର କିଛି ଅଂଶ:

ବନ୍ଦେ ବନ୍ଦାରୁ ମଂଦାରମିଂଦିରାନଂଦ କଂଦଲଂ
ଅମଂଦାନଂଦ ସଂଦୋହ ବଂଧୁରଂ ସିଂଧୁରାନନମ୍

ଅଂଗଂ ହରେଃ ପୁଲକଭୂଷଣମାଶ୍ରୟଂତୀ
ଭୃଂଗାଂଗନେବ ମୁକୁଳାଭରଣଂ ତମାଲମ୍ ।
ଅଂଗୀକୃତାଖିଲ ବିଭୂତିରପାଂଗଲୀଲା
ମାଂଗଲ୍ୟଦାସ୍ତୁ ମମ ମଂଗଳଦେବତାୟାଃ ॥

ମୁଗ୍ଧା ମୁହୁର୍ବିଦଧତୀ ବଦନେ ମୁରାରେଃ
ପ୍ରେମତ୍ରପାପ୍ରଣିହିତାନି ଗତାଗତାନି ।
ମାଲାଦୃଶୋର୍ମଧୁକରୀବ ମହୋତ୍ପଲେ ୟା
ସା ମେ ଶ୍ରିୟଂ ଦିଶତୁ ସାଗର ସଂଭବାୟାଃ ॥

ଶ୍ରୀସୁକ୍ତ:
ଧନ ସମସ୍ୟା ଦୂର କରିବା ପାଇଁ ମା’ ଲକ୍ଷ୍ମୀଙ୍କ ଶ୍ରୀସୁକ୍ତ ମଧ୍ୟ ଲାଭକାରୀ ହୋଇଥାଏ। ଋକ୍‌ବେଦରେ ଏହି ମନ୍ତ୍ର ବିଷୟରେ ଉଲ୍ଲେଖ କରାଯାଇଛି।

ଶ୍ରୀସୁକ୍ତର କେତେକ ଶ୍ଲୋକ:

ଓଁ ହିରଣ୍ୟ ବର୍ଣ୍ଣଂ ହରିଣୀଂ, ସୁବର୍ଣ୍ଣ ରଜତ ସ୍ତ୍ରଜାମ୍‌। ଚନ୍ଦ୍ରା ହିରଣ୍ୟମୟୀଂ ଲକ୍ଷ୍ମୀଂ, ଜାନବେଦୋ ମ ଆବହା। ତାଂ ମ ଆବହ ଜାନ ବେଦୋ, ଲକ୍ଷ୍ମୀମନପ ଗାମିନୀମ୍‌।

କୁବେର ମନ୍ତ୍ର:
କୁବେରଙ୍କୁ ଧନର ଦେବୀ ମା’ ଲକ୍ଷ୍ମୀଙ୍କର କୋଷାଧ୍ୟକ୍ଷ ବୋଲି କୁହାଯାଏ। ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବା ପାଇଁ କୁବେର ମନ୍ତ୍ର ଜପ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ। କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ‘ଯକ୍ଷାୟ କୁବେରାୟ ବୈଶ୍ରବଣାୟ ଧନଧାନ୍ୟାଧିପତୟେ। ଧନଧାନ୍ୟସମୃଦ୍ଧିଂ ମେ ଦେହି ଦାପାୟ ସ୍ୱାହା’ ମନ୍ତ୍ର ଜପ କରନ୍ତୁ।ମୁଗ୍ଧା ମୁହୁର୍ବିଦଧତୀ ବଦନେ ମୁରାରେଃ
ପ୍ରେମତ୍ରପାପ୍ରଣିହିତାନି ଗତାଗତାନି ।
ମାଲାଦୃଶୋର୍ମଧୁକରୀବ ମହୋତ୍ପଲେ ୟା
ସା ମେ ଶ୍ରିୟଂ ଦିଶତୁ ସାଗର ସଂଭବାୟାଃ ॥

ଶ୍ରୀସୁକ୍ତ:
ଧନ ସମସ୍ୟା ଦୂର କରିବା ପାଇଁ ମା’ ଲକ୍ଷ୍ମୀଙ୍କ ଶ୍ରୀସୁକ୍ତ ମଧ୍ୟ ଲାଭକାରୀ ହୋଇଥାଏ। ଋକ୍‌ବେଦରେ ଏହି ମନ୍ତ୍ର ବିଷୟରେ ଉଲ୍ଲେଖ କରାଯାଇଛି।

ଶ୍ରୀସୁକ୍ତର କେତେକ ଶ୍ଲୋକ:

ଓଁ ହିରଣ୍ୟ ବର୍ଣ୍ଣଂ ହରିଣୀଂ, ସୁବର୍ଣ୍ଣ ରଜତ ସ୍ତ୍ରଜାମ୍‌। ଚନ୍ଦ୍ରା ହିରଣ୍ୟମୟୀଂ ଲକ୍ଷ୍ମୀଂ, ଜାନବେଦୋ ମ ଆବହା। ତାଂ ମ ଆବହ ଜାନ ବେଦୋ, ଲକ୍ଷ୍ମୀମନପ ଗାମିନୀମ୍‌।

କୁବେର ମନ୍ତ୍ର:
କୁବେରଙ୍କୁ ଧନର ଦେବୀ ମା’ ଲକ୍ଷ୍ମୀଙ୍କର କୋଷାଧ୍ୟକ୍ଷ ବୋଲି କୁହାଯାଏ। ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବା ପାଇଁ କୁବେର ମନ୍ତ୍ର ଜପ କରିବା ଅତ୍ୟନ୍ତ ଲାଭକାରୀ ହୋଇଥାଏ। କୁବେରଙ୍କୁ ପ୍ରସନ୍ନ କରିବା ପାଇଁ ‘ଯକ୍ଷାୟ କୁବେରାୟ ବୈଶ୍ରବଣାୟ ଧନଧାନ୍ୟାଧିପତୟେ। ଧନଧାନ୍ୟସମୃଦ୍ଧିଂ ମେ ଦେହି ଦାପାୟ ସ୍ୱାହା’ ମନ୍ତ୍ର ଜପ କରନ୍ତୁ।

Leave a comment