ଏହି ୪ଟି ଗୁଣର ମହିଳା ମାନେ ନିଜ ସ୍ଵାମୀଙ୍କ ଭାଗ୍ୟ ବଦଳାଇ ଦିଅନ୍ତି

0

ହିନ୍ଦୁ ଧର୍ମରେ ପତ୍ନୀଙ୍କୁ ଅର୍ଦ୍ଧାଙ୍ଗିନୀ କୁହାଯାଏ l ଏହାର ଅର୍ଥ ଅଟେ ପତି ବା ସ୍ୱାମୀର ଅଧା ଅଙ୍ଗ l ହିନ୍ଦୁ ଧର୍ମର ମୁଖ୍ୟ ଗ୍ରଂଥ ହେଉଛି ବେଦ, ବେଦର ତଥ୍ୟ ଅନୁସାରେ ଯେଉଁ ନାରୀ ନିକଟରେ ରହିଥାଏ ଏହି ୪ଟି ଗୁଣ, ସେ ହୋଇଥାଏ ଘରର ଲକ୍ଷ୍ମୀ ଓ ତା ସ୍ୱାମୀ ବା ପତି ଅଟେ ଭାଗ୍ୟଶାଳୀ l

* ଗୃହ କାର୍ଯ୍ୟରେ ଦକ୍ଷ : ଗୋଟିଏ ନାରୀ ସବୁବେଳେ ନିଜ ପରିବାର ପ୍ରତି ସଚେତନ ରହିବା ଆବଶ୍ୟକ ଓ ଗୃହର ପ୍ରତ୍ୟେକ କାର୍ଯ୍ୟକୁ ଠିକ ଭାବରେ ତୁଲାଇ ଶାନ୍ତି ରେ ସମସ୍ତଙ୍କ ମନ ବୁଝିବା ଉଚିତ l ଯଦି ଗୋଟିଏ ନାରୀ ନିକଟରେ ଏହି ଗୁଣ ରହିଥାଏ ତାର ସ୍ୱାମୀ ଭାଗ୍ୟଶାଳୀ ହୋଇଥାଏ l

* ମଧୁର କଥା କହୁଥିବ : ଗୋଟିଏ ମଣିଷର ବଚନ ଦ୍ୱାରା ସେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ l ଶାସ୍ତ୍ର ଅନୁସାରେ ଯେଉଁ ନାରୀ ଘରେ ଓ ଘର ବାହାରେ ସମସ୍ତଙ୍କ ସହିତ ମଧୁର ଭାବରେ କଥା ହୋଇଥାଏ କୁହାଯାଏ ଯେ ତା ସ୍ୱରରେ ମାତା ସରସ୍ବତୀଙ୍କ ବାସ ହୋଇଥାଏ l ଏଭଳି ନାରୀ ସମସ୍ତଙ୍କ ପ୍ରିୟ ହେବା ସହ ସ୍ୱାମୀ କୁଳର ଗର୍ବ ହୋଇଥାଏ l

* ଗୁରୁଜନ ଙ୍କ ସମ୍ମାନ ଦେଉଥିବ : ସବୁ ସ୍ୱାମୀ ଇଛା ରଖି ଥାନ୍ତି ସଂସ୍କାରି ସ୍ତ୍ରୀ ଟିଏ l ଶାସ୍ତ୍ର ଅନୁସାରେ ଯେଉଁ ଘରେ ନାରୀମାନେ କିମ୍ବା ସ୍ତ୍ରୀଟିଏ ନିଜ ସ୍ୱାମୀ ସହିତ ସମସ୍ତ ଗୁରୁଜନ ମାନଙ୍କୁ ସମ୍ମାନ ପ୍ରଦାନ କରିଥାଏ ସେହିଘରେ ଈଶ୍ୱର ବାସ କରି ଥାଆନ୍ତି, ଏବଂ ସେହି ନାରୀ ର ସ୍ୱାମୀ ଭାଗ୍ୟଶାଳୀ ହୋଇ ଥାଆନ୍ତି l

* ଧର୍ମ ର ପାଳନ କରୁଥିବ : ସବୁ ସ୍ୱାମୀ ମାନେ ଇଛା ରଖି ଥାଆନ୍ତି ଯେ ଗୋଟିଏ ସ୍ତ୍ରୀ ତାଙ୍କର ଓ ତାଙ୍କ ପରିବାର ର ହିତ ବିଷୟରେ ସବୁବେଳେ ଚିନ୍ତା କରୁ l ଯେଉଁ ନାରୀମାନେ ଏଭଳି କାର୍ଯ୍ୟ କରନ୍ତି କିମ୍ବା ଏଭଳି ଚିନ୍ତାଧାରା ରଖନ୍ତି ସେହି ସ୍ୱାମୀ ଭାଗ୍ୟଶାଳୀ ହୋଇଥାଏ l

Leave a comment