ରବିବାର ଦିନ କରନ୍ତୁ ନାହିଁ ଏହି ୫ଟି କାର୍ଯ୍ୟ, ନହେଲେ ହୋଇପାରନ୍ତି ଦରିଦ୍ର

0

ହିନ୍ଦୁ ଧର୍ମରେ ପ୍ରତ୍ୟକ ଦିନର ବିଶେଷ ମହତ୍ୱ ରହିଥାଏ, କାରଣ ପ୍ରତିଟି ଦିନ କୌଣସି ନା କୌଣସି ଭଗବାନ ଙ୍କୁ ଅର୍ପଣ କରାଯାଇଛି l ସେହିଭଳି ରବିବାର ଦିନଟି ସୂର୍ଯ୍ୟଦେବ ଙ୍କୁ ଅର୍ପଣ କରାଯାଇଛି l ତେଣୁ ରବିବାର ଦିନଟି ଏପରି କିଛି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାଦ୍ୱାରା ସୂର୍ଯ୍ୟଦେବ ଅସନ୍ତୁଷ୍ଟ ହେବେ l ଜୀବନ ରେ ସକାରାତ୍ମକ ଭାବନା ଓ ଦୁଃଖ ଦୁର୍ଦଶା ଠାରୁ ଦୁରେଇ ରହିବା ପାଇଁ ରବିବାର ଦିନ ନିଶ୍ଚିତ ଭାବରେ ଏହି ସବୁ ଉପାୟ ଗୁଡିକୁ ମାନିବା ନିହାତି ଜରୁରୀ l

୧) କୁହାଯାଏ ଯେ ରବିବାର ଦିନ ଟି ସୂର୍ଯ୍ୟଦେବ ଙ୍କ ପୂଜା ନିହାତି କରିବା ଆବଶ୍ୟକ l କାରଣ ସୂର୍ଯ୍ୟଦେବ ଙ୍କ ରବିବାର ଦିନ ଅର୍ଘ୍ୟ ଦେଇ ପୂଜା କରିବା ଦ୍ୱାରା ଦରିଦ୍ରତା ନାଶ ହୋଇଥାଏ l ଯଦି ଆପଣ ରବିବାର ଦିନ ଆମିଷ, ମଦିରା ଇତ୍ୟାଦି ଭକ୍ଷଣ କରିବେ ତେବେ ଦରିଦ୍ରତା ର ଶିକାର ହେବେ l

୨) ରବିବାର ବ୍ରତ ଯଦି ଆପଣ ମାନେ ପାଳନ କରୁଛନ୍ତି ତେବେ ରବିବାର ଦିନଟି କୌଣସି ଗାଢ଼ ରଙ୍ଗର ପୋଷାକ ପିନ୍ଧିବେ ନାହିଁ l କାରଣ ଏହାଦ୍ୱାରା ମନରୁ ପ୍ରତିକୂଳ ଭାବନା ଦୂର ହୋଇଥାଏ l

୩) ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଅସ୍ତ ପରେ ଲୁଣ ସେବନ କରିବା ଉଚିତ ନୁହେଁ l ସେହିଭଳି ଯଦି ସମ୍ଭବ ରବିବାର ଦିନ ଲୁଣ ଖାଇବା ଠାରୁ ଦୁରେଇ ରହିବା ଉଚିତ l

୪) ମାନ୍ୟତା ଅନୁସାରେ ରବିବାର ଦିନ ତୁଳସୀ ବୃକ୍ଷରେ ଜଳ ଦେବା ସମୟ ରେ ଓଂ ନମୋ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ନିହତ ପାଠ କରିବା ଉଚିତ l ତା ସହ ସୂର୍ଯ୍ୟଦେବ ଙ୍କୁ ଜଳ ଅର୍ପଣ କରିବା ସମୟରେ ସୂର୍ଯ୍ୟଦେବ ଙ୍କ ଶତାୟୁ ମନ୍ତ୍ର ପାଠ କରନ୍ତୁ l ଯାହାଦ୍ୱାରା ଦୀର୍ଘାୟୁ ହେବା ସହ ଆୟୁ ବୃଦ୍ଧି ହୋଇଥାଏ l

୫) ରବିବାର ଦିନ ଘରର ମୁଖ୍ୟ ଦ୍ୱାରରେ କଳସ ସ୍ଥାପନା କରିବା ଦ୍ୱାରା ଘରକୁ ସକାରାତ୍ମକ ଉର୍ଜା ଆସିଥାଏ, ତା ସହିତ ଘରର ସମସ୍ତ ସଦସ୍ୟ ବିଷ୍ନୁ ମନ୍ଦିରରେ ଦର୍ଶନ କରିବା ଉଚିତ l ଏପରି ପ୍ରତି ରବିବାର କଲେ ଜୀବନ ର ରିଷ୍ଟ ଖଣ୍ଡନ ହୋଇ ଦରିଦ୍ରତା ନାଶ ହୁଏ l

Leave a comment