ଏମିତି କରନ୍ତୁ ଶୋଇବା ଘର, ସର୍ବଦା ସୁଖ ଶାନ୍ତି ଲାଗି ରହିବ

0

ଶୋଇବା ଘର ଏପରି ଏକ ସ୍ଥାନ, ଯାହା ଆମ ପାଇଁ ସ୍ବତନ୍ତ୍ର ହୋଇଥାଏ। ଏହି କୋଠାରୀରେ ବହୁ ସମୟ ବ୍ୟକ୍ତି କଟାଇ ଥାଏ। ଏପରିକି ଯେତେବେଳେ ସୁଖୀ ଦାମ୍ପତ୍ୟ କଥା ଉଠେ ସେତେବେଳେ ମଧ୍ୟ ଶୋଇବା ଘରର ଭୂମିକା କିଛି କମ୍‌ ନୁହେଁ। ତେବେ ବାସ୍ତୁ ଅନୁସାରେ ଶୋଇବା ଘର ସଠିକ୍ ଭାବେ ନହେଲେ ଘରେ କଳହ ସାଙ୍ଗକୁ ଦାମ୍ପତ୍ୟ ଜୀବନରେ ମତାନ୍ତର ଦେଖାଯାଏ। ତେବେ ସୋଇବାଘର କେମିତି ହେବା ଦରକାର ସେ ନେଇ ବାସ୍ତୁଶାସ୍ତ୍ରରେ କିଛି ବିଶେଷ ସୂଚନା ଦିଆଯାଇଛି। ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ…

-ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ପାଇଁ ଶୋଇବା ଘର ଦକ୍ଷିଣ ପଶ୍ଚିମ କୋଣରେ କରିବା ଦରକାର।

-ଏହି ଘରେ ସୁମଧୂର ସଙ୍ଗୀତ ବଜାଇଲେ କୁଆଡ଼େ ନିଦ ଭଲ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

-ଏହାସହ ଶୋଇବା ଖଟକୁ କେବେ ବି କାନ୍ଥରେ ଲଗାନ୍ତୁ ନାହିଁ। ଏହାଦ୍ବାରା ଖରାପ ହେବା ସହ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।

ଶୋଇବା ଘରେ ଦର୍ପଣ ରଖିବା ଠିକ୍‌ ନୁହେଁ। ଯଦି ଅଛି ଶୃଙ୍ଗାର ପରେ ଦର୍ପଣରେ ପରଦା ପକାଇ ଦିଅନ୍ତୁ। କୁହାଯାଏ, ସ୍ବାମୀସ୍ତ୍ରୀ ଏକତ୍ର ଥିବାବେଳେ ଦର୍ପଣରେ ଛବି ଆସିଲେ ଅଶୁଭ ହେଇଥାଏ। ଶୋଇବା ସମୟରେ ଦର୍ପଣରେ ଯେଉଁ ଅଂଶ ଦେଖାଯାଏ ସେହି ଅଂଶରେ ପୀଡ଼ା ଅନୁଭବ ହୁଏ ବୋଲି ବିଶ୍ବାସ କରାଯାଏ।

-ଶୟନ କକ୍ଷରେ ପୂଜାଘର କରିବା ବା କୌଣସି ଠାକୁରଙ୍କ ମୂର୍ତ୍ତି ରଖି ପୂଜା କରିବା ଉଚିତ୍‌ ନୁହେଁ।

– ସେହିପରି ଏହି କକ୍ଷରେ କାନ୍ଦୁରା ଚିତ୍ର, ମୃତ ବ୍ୟକ୍ତିଙ୍କ ଚିତ୍ର, ଯୁଦ୍ଧ ଚିତ୍ର ଆଦି ନ ରଖି ପତିପତ୍ନୀଙ୍କ ଖୁସି ସମୟର ଯୁଗଳ ଚିତ୍ର ଯୋଡି କିମ୍ବା ଚଢେଇଙ୍କ ଚିତ୍ର ଅବା ରାଧାକୃଷ୍ଣଙ୍କ ଯୁଗଳ ଚିତ୍ର ରଖିବା ଶୁଭ ହୋଇଥାଏ।

-ଶୋଇବା ଘରର ରଙ୍ଗ ସର୍ବଦା ହାଲୁକା ହେଲେ ଭଲ ନିଦ ହୋଇଥାଏ ବୋଲି ବି ବିଶ୍ୱାସ କରାଯାଇଥାଏ। ଏହାସହ ମନକୁ ଶାନ୍ତି ମିଳିଥାଏ।

Leave a comment