ଉତ୍ତରପ୍ରଦେଶରେ ଭର୍ଚୁଆଲ ରାଲି କରିବେ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଉତ୍ତରପ୍ରଦେଶରେ ‘ଜନ ଚୌପାଲ’ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ମଧ୍ୟାହ୍ନରେ ଆୟୋଜିତ ହେବାକୁ ଥିବା ଏହି ରାଲିରେ ଆଲିଗଡ଼,ମିରଟ, ଗାଜିଆବାଦ,ନୋଏଡା ଓ ହାପୁଡ଼ର 23 ବିଧାନସଭା ମଣ୍ଡଳୀର ଲୋକେ ସାମିଲ ହେବେ। ବିଭାନସଭା ନିର୍ବାଚନ ନେଇ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ ଭର୍ଚୁଆଲ ରାଲି । ଏନେଇ ଗତ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ରାଲିଟି 122 ମଣ୍ଡଳୀରେ ଆୟୋଜନ କରାଯିବ । ଯେଉଁଥିରେ ସିଧାସଳଖ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇପାରିବେ। ରାଲିରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମଧ୍ୟ ଗୋରଖପୁର ବିଧାନସଭା ମଣ୍ଡଳୀରୁ ଯୋଡ଼ି ହେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଖଣ୍ଡରେ ମଧ୍ୟ ଭର୍ଚୁଆଲ ରାଲିର କାର୍ଯ୍ୟକ୍ରମ ଥିଲା । ହେଲେ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ କରାଗଲା । କାର୍ଯ୍ୟକ୍ରମ ସ୍ଥଗିତ ନେଇ ଭାଜପା ପ୍ରଦେଶ ପାର୍ଟିର ପ୍ରଭାରୀ ମନବୀର ସିଂ ଚୌହାନ ସୂଚନା ଦେଇଛନ୍ତି । ଖୁବଶୀଘ୍ର କାର୍ଯ୍ୟକ୍ରମକୁ ଅନ୍ୟ ଏକ ଦିନରେ ଆୟୋଜନ କରିବା ପାଇଁ କହିଛନ୍ତି।

Leave a comment