ପୁରୀ ମହୋଦଧି ଅଭିମୁଖେ ବାଜପେୟୀଙ୍କ ଅସ୍ଥି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ୧୦୦ଟି ପ୍ରମୁଖ ନଦୀରେ ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ । ଗତକଲି ବାଜପେୟୀଙ୍କ ଅସ୍ଥି ନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଭୁବନେଶ୍ୱର ରେ ପହଞ୍ଚିଛନ୍ତି ।ବାଜପେୟୀଙ୍କ ଅସ୍ଥି କଳସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବସନ୍ତ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଆଜି ଅସ୍ଥି ପୁରୀ ସମୁଦ୍ର ରେ ବିସର୍ଜନ ହେବାକୁ ଭୁବନେଶ୍ୱର ରୁ ପୁରୀ ଅଭିମୁଖେ ବାହାରି ସାରିଛି । ଏକ ସୁସଜ୍ଜିତ ଟ୍ରକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସହ ଅନେକ ନେତା ବାଜପେୟୀଙ୍କ ଅସ୍ଥି ନେଇ ପୁରୀ ଅଭିମୁଖେ ଯାଉଚ୍ସନ୍ତି । ପୁରୀ ଯିବା ରାସ୍ତାରେ ଆଗ୍ରହୀ ବ୍ୟକ୍ତି ତାଙ୍କ ଅସ୍ଥି କୁ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ଏହି କ୍ରମରେ ଓଡିଶାର ୭ଟି ପ୍ରମୁଖ ନଦୀରେ ଅସ୍ଥି ବିସର୍ଜିତ ହେବ ।
ସେହିପରି ୨୪ ତାରିଖରେ ଭୁବନେଶ୍ୱରରେ ସର୍ବଦଳୀୟ ସ୍ମୃତିସଭା ହେବ । ଏହି ସ୍ମୃତି ସଭାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନ୍ୟ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି ବିଜେପି ।