୫ଟଙ୍କିଆ ଡାଲମା ଭାତ ଖାଇବାକୁ ଧାଡିରେ ଛିଡାହେଲେ ୫ଟି ସଚିବ ଭି.କେ ପାଣ୍ଡିଆନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୌଦ୍ଧ ଆହାର କେନ୍ଦ୍ରର ଦେଖିବାକୁ ମିଳିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ଶ୍ରୀ ପାଣ୍ଡିଆନ କେବଳ ଆହାର କେନ୍ଦ୍ର ପରିଦର୍ଶନ କରିବାକୁ ଯାଇନଥିଲେ ବରଂ ଜଣେ ସାଧାରଣ ଲୋକ ପରି ଧାଡିରେ ଛିଡା ହୋଇ ଡାଲମା ଭାତ ଆଣି ଖାଇଥିଲେ । ଏହାସହ ସେ ଏଥିପାଇଁ ପଇସା ମଧ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ ଆହାର କେନ୍ଦ୍ରରେ ଛିଡ଼ା ହୋଇ ଆହାର ଖାଇଲେ ।
ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ‘ମୋ ସରକାର କାର୍ଯ୍ୟକ୍ରମ’ ଠିକ ଭାବରେ କାର୍ଯ୍ୟକାରୀ ହେଉଛି ନା ନାହିଁ । ହିତାଧିକାରୀଙ୍କ ପାଖରେ ଠିକଭାବେ ସବୁ ଯୋଜନା ପହଞ୍ଚୁଛି ନା ନାହିଁ । ସରକାରୀ ଚିକିତ୍ସାଳୟରେ ରୋଗୀ ଉତ୍ତମ ଚିକିତ୍ସା ପାଉଛନ୍ତିନା ନାହିଁ ତାହାର ତଦାରଖ କରବା ସହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ୫ଟି ସଚିବ ଭି କେ ପାଣ୍ଡିଆନ ନିଜେ ଏହାର ତଦାରଖ କରୁଥିବା ପରିଲକ୍ଷିତ ହେଉଛି । ତେଣୁ ସେ ଆଜି ବୌଦ୍ଧ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା କରିଛନ୍ତି ।
ଆହାର କେନ୍ଦ୍ରକୁ ଯାଇ ଖାଦ୍ୟର ମାନ ଯାଞ୍ଚ କରିଛନ୍ତି । ପୂର୍ବରୁ ସେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିସାରିଛନ୍ତି । ଏହାପରେ ଶ୍ରୀ ପଣ୍ଡିଆନ ନୟାଗଡ଼ ଗ୍ରସ୍ତ କରିବେ ।