ଦୀର୍ଘ ୬ ମାସ ପରେ ଆଜି ଖୋଲିଲା ସ୍କୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦୀର୍ଘ ୬ ମାସର ଛୁଟି ପରେ ଆଜି ଉତ୍ତରପ୍ରଦେଶର ସମସ୍ତ ସ୍କୁଲ ଖୋଲିଛି। ଏହି ପରିପ୍ରେକ୍ଷୀରେ ୯ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିଛି। କୋଭିଡ ମହାମାରୀ ମଧ୍ୟରେ ସ୍କୁଲ ଖୋଲୁଥିବାରୁ ୟୁପି ସରକାର ଗାଇଡଲାଇନ ଜାରି କରିଛନ୍ତି। ସ୍କୁଲକୁ ଦୈନନ୍ଦିନ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ରକ୍ଷା କରାଯିବ। ଛାତ୍ରଛାତ୍ରୀମାନେ ସାଙ୍ଗରେ ପାଣି ବୋଟଲ, ସାନିଟାଇଜର ଆଣିବେ ଓ ମାସ୍କ ପରିଧାନ କରିବେ। ସେହିପରି ପର୍ଯ୍ୟାୟ କ୍ରମେ ପାଠପଢ଼ାଯିବ ଓ କୌଣସି ଛାତ୍ରଛାତ୍ରୀ ଯେପରି ମେଳି ନହୁନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ସ୍କୁଲରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କ ଲିଖିତ ଅନୁମତି ଦାଖଲ କରିବେ। ନଚେତ ସେମାନଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ମିଳିବ ନାହିଁ। ସେହିପରି କଣ୍ଟେନମେଣ୍ଟ ଜୋନ ବାହାରେ ହିଁ ସ୍କୁଲ ଖୋଲିପାରିବ। ଏନେଇ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ସୂଚନା ଦେଇଛନ୍ତି।

Leave a comment