କରୋନା ସଂକ୍ରମଣ ପାଇଁ ହଷ୍ଟେଲ ଖାଲି କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିରୋଧ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ସଂକ୍ରମଣ ପାଇଁ ହଷ୍ଟେଲ ଖାଲି କରିବା ନିର୍ଦ୍ଦେଶକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମନେ ବିରୋଧ କରିଛନ୍ତି। ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି ଅନ୍ତେବାସୀ । ଦାବି କରିଛନ୍ତି, ନିର୍ଦ୍ଦେଶନାମା ତୁରନ୍ତ ପ୍ରତ୍ୟାହାର ହେଉ । ଏଥିସହ ବିଏମ୍ସିର ନିର୍ଦ୍ଦେଶନାମା ବିରୋଧରେ ନାରାବାଜି କରିଛନ୍ତି। ଗତକାଲି ହଷ୍ଟେଲ ଖାଲି କରିବା ପାଇଁ ନୋଟିସ ଜାରି ହୋଇଥିଲା ।

Leave a comment