ସିଲ୍ ହେଲା ଉତ୍କଳ ଇନ୍ ବାର୍ ଓ ରେଷ୍ଟୁରାଣ୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛି ଦିନ ହେବ ଆକ୍ସନ ମୋଡ୍ କୁ ଆସିଛି କମିଶନରେଟ୍ ପୋଲିସ । ଲଗାତର ମଦ ଦୋକାନ ଆଦିରେ ଚଢାଉ କରି କୋଭିଡ୍ ଗାଇଡ ଲାଇନ୍ ଉଲଂଘନ ଅଭିଯୋଗରେ ସିଲ୍ କରୁଛି ଦୋକାନ । ଏହି ପରିପ୍ରେକ୍ଷୀରେ ଗ୍ୟାରେଜ ଛକ ନିକଟସ୍ଥ ଉତ୍କଳ ଇନ୍ ବାର୍ ଓ ରେଷ୍ଟୁରାଣ୍ଟକୁ ଗୁରୁବାର ଦିନ ସିଲ୍ କରାଯାଇଛି ।
ବିଏମସିର ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଓ କମିଶନରେଟ୍ ପୋଲିସ ମିଳିତ ଭାବେ ଏହି ବାର୍ ଓ ରେଷ୍ଟୁରାଣ୍ଟ ଉପରେ ଚଢାଉ କରିଥିଲା । ତେବେ ଚଢାଉ ବେଳେ କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ଉତ୍କଳ ଇନ୍ ବାର୍ ଓ ରେଷ୍ଟୁରାଣ୍ଟକୁ ସିଲ୍ କରିଦିଆଯାଇଛି ।
ସେପଟେ ଭୁବନେଶ୍ୱର ଆଇଡି ମାର୍କେଟରେ ଥିବା ବିଶାଳ ମେଗା ମାର୍ଟକୁ ସିଲ୍ କରିଛି ବିଏମ୍ସି । ସାଉଥଓ୍ୱେଷ୍ଟ ଜୋନ୍ ଜେଡିସି ରବିନାରାୟଣଙ୍କ ନେତୃତ୍ୱରେ ବିଏମ୍ସିର ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଚଢାଉ କରି ସିଲ୍ କରିଛି । ଅମାନିଆ ହୋଇ ସପିଂ ମଲ୍ ଖୋଲିଥିଲେ ମାଲିକ । ସପିଂ ମଲ୍ରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଫଳରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍ସି ।