ଅଧିକ ହେଡଫୋନ ବ୍ୟବହାର କରୁଥିବା ବ୍ୟକ୍ତି ହରାଇଥାନ୍ତି ଏହି ଶକ୍ତି
ଆଜିକାଲି ପ୍ରାୟ ଲୋକ ହେଡଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କାମ କଲାବେଳେ ହେଉ ବା ଗାଡ଼ି ଚଲାଇଲାବେଳେ କିମ୍ବା ଅଫିସରେ। କିନ୍ତୁ ଜାଣନ୍ତିକି ମାତ୍ରାଧିକ ହେଡଫୋନର ବ୍ୟବହାର ଦ୍ୱାରା ଆପଣ ଶ୍ରବଣ ଶକ୍ତି ହରାଇ ପାରନ୍ତି । ଯେତେବେଳେ ଆମ କାନ ୮୫ ଡେସିବେଲ୍ରୁ ଅଧିକ ଭଲ୍ୟୁମ ଶୁଣିଥାଏ । ସେତେବେଳେ ଭିତର କାନର କୋଷଗୁଡ଼ିକ ଡେମେଜ ହେବା ଆରମ୍ଭ କରିଥାଏ। ଜଣାପଡ଼ୁଛି ଯେ ଅଧିକ ହେଡଫୋନ ବ୍ୟବହାର କରୁଥିବା ଲୋକଙ୍କର ଶୁଣିବା କ୍ଷମତା ସାଧାରଣ ଲୋକଙ୍କ ଠାରୁ କମ। ଅବଶ୍ୟ କିଛି ଲୋକ କେବଳ ଖୁସି ପାଇଁ ହେଡ ଫୋନ ବ୍ୟବହାର କରନ୍ତି । ଯଦି ଅତି ଆବଶ୍ୟକ ଅଛି ତାହେଲେ କିଛି ନିୟମ ପାଳନ କରି ଏହାର ବ୍ୟବହାର କରନ୍ତୁ ।
ହେଡ ଫୋନରେ ବ୍ୟାକ ଗ୍ରାଉଣ୍ଡ ଆବାଜକୁ କାଟିବା ପାଇଁ ନଏଜ କ୍ୟାନ୍ସେଲେସନ ଫିଚର ଥାଏ । ଯଦି ଆପଣ କୌଣସି ଗହଳିପୂର୍ଣ୍ଣ ସ୍ଥାନରେ କାମ କରୁଥାଆନ୍ତି ତେବେ ଏଭଳି ହେଡଫୋନ ହିଁ ନିଅନ୍ତୁ ।
ଏହା ଆପଣଙ୍କ କାନକୁ ଆରାମ ଦେଇଥାଏ। ଯେଉଁମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ହେଡଫୋନ ଲଗାଇ କାମ କରନ୍ତି ସେମାନେ ଏହି ନିୟମକୁ ପାଳନ କରିବା ନିହାତି ଜରୁରି। ଏହି ନିୟମ ଅନୁସାରେ ଆପଣଙ୍କ ଡିଭାଇସର ଭଲ୍ୟୁମ ୬୦ପ୍ରତିଶତରୁ ଅଧିକ ହୋଇ ନଥାଏ। ସେହିପରି ୬୦ ମିନିଟରେ ଥରେ ହେଡଫୋନକୁ କାନରୁ ବାହାରକରି କାନକୁ ଆରାମ ଦେବା ଆବଶ୍ୟକ।
କାନକୁ କୌଣସି ସଂକ୍ରମଣରୁ ବଞ୍ଚାଇବାପାଇଁ ହେଡଫୋନକୁ ସବୁବେଳେ ସଫା ରଖନ୍ତୁ। ନିଜ ହେଡଫୋନ ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ହେଡ ଫୋନ ସଫା କରିବା ସମୟରେ ଏହାର ସ୍ପଞ୍ଜ ଗୁଡ଼ିକ ଓଦା କରନ୍ତୁନାହିଁ। ନହେଲେ ସାଉଣ୍ଡ କ୍ୱାଲିଟି ଖରାପ ହେବ।
ହେଡଫୋନ କାନରେ ସେଟ କରିବା ପରେ ହିଁ ଆବାଜ ଦିଅନ୍ତୁ। କିଛି ଲୋକ ଅଧିକ ଭଲ୍ୟୁମ ସେଟ କଲା ପରେ କାନରେ ହେଡଫୋନ ଦିଅନ୍ତି। ଯାହା ଦ୍ୱାରା କାନ ଖରାପ ହୋଇଥାଏ।