ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିଲ୍, ଓଡିଶାରୁ ୩ଜଣ ପାଇଲେ ସଫଳତା

0

ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିଲ୍- ୨୦୨୨ ରେଜଲ୍ଟ । ମୋଟ୍ ୯୩୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସାଧାରଣ ବର୍ଗରେ ୩୪୫ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ଆଇଏଏସରେ ୧୮୦, ଆଇଏଫଏସରେ ୩୮, ଆଇପିଏସରେ ୨୦୦ଜଣ, ସେଣ୍ରାଲ ସର୍ଭିସ ଗ୍ରୁପ ଏରେ ୪୭୩ ଏବଂ ଗ୍ରୁପ-ବି’ରେ ୧୩୧ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ୟୁପିଏସସି ସିଏସଇ-୨୦୨୩ରେ ସାରା ଦେଶରେ ଟପ୍ପର ହୋଇଛନ୍ତି ଇଶିତା କିଶୋର । ଟପ୍ ଫୋରରେ ରହିଛନ୍ତି ୪ ଝିଅ । ଦ୍ବିତୀୟରେ ଗରିମା ଲୋହିଆ, ତୃତୀୟରେ ଏନ୍. ଉମା ହାରଥୀ ଓ ଚତୁର୍ଥରେ ସ୍ମିତି ମିଶ୍ରା । ଚଳିତ ବର୍ଷ ୟୁପିଏସସି ସିଭିଲ ସର୍ଭିସରେ ଓଡ଼ିଆଙ୍କୁ ମଧ୍ୟ ସଫଳତା ମିଳିଛି ।

ଥରୁଣ ପଟ୍ଟନାୟକ ମଦଳା ସର୍ବଭାରତୀୟ ସ୍ତରରେ ୩୩ ରାଙ୍କ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେହିପରି ତାଙ୍କ ପଛକୁ ଅନୁପ ଦାସ ୩୮ ରାଙ୍କ ହାସଲ କରିଛନ୍ତି । ସେହିପରି ବାରିପଦାର ଝିଅ ପ୍ରଣିତା ଦାସ ଜାତୀୟ ସ୍ତରରେ ୪୨ ରାଙ୍କ ହାସଲ କରି ସଫଳତା ପାଇଛନ୍ତି । ସେହିପରି କସ୍ତୁରୀ ପଣ୍ଡା ୬୭ ରାଙ୍କ, ଭୁବନେଶ୍ୱରର ସୌମ୍ୟ ରଞ୍ଜନ ଦାସ ୧୩୬ ରାଙ୍କ, ଦୁର୍ଗାପ୍ରସାଦ ଅଧିକାରୀ ୧୬୨ ରାଙ୍କ, ଗୌରବ କୁମାର ତ୍ରିପାଠୀ ୨୨୬ ରାଙ୍କ, ୨୪୮ ରାଙ୍କରେ ଶୁସ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ, ସତ୍ୟପ୍ରକାଶ ମିଶ୍ର ୨୬୧ ରାଙ୍କ, ଆୟୁଷୀ ପ୍ରଧାନ ୩୩୪ ରାଙ୍କ, ଉତ୍କର୍ଷ ତ୍ରିପାଠୀ ୩୩୬ ରାଙ୍କ, ରଶ୍ମି ପ୍ରଧାନ ୪୦୫ ରାଙ୍କ, ତେଜସ୍ୱିନୀ ବେହେରା ୫୧୬ ରାଙ୍କ, ରାକେଶ କୁମାର ସାହୁ ୫୭୫ ରାଙ୍କ, ଶୁଭସ୍ନିଗ୍ଧା ସେଠୀ ୬୮୦ ରାଙ୍କ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି ।

ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ପୁରୁଣା ପଡ଼ାର ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦ ନମ୍ବର ରାଙ୍କ ରଖିଛନ୍ତି । ଏମାନଙ୍କ ସଫଳତା ପରେ ପରିବାର ଏବଂ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି । କାରଣ ଦେଶର ସର୍ବବୃହତ ପରୀକ୍ଷାରେ ଏମାନେ ଭଲ ପ୍ରଦର୍ଶନ କରି ଅଞ୍ଚଳ ତଥା ରାଜ୍ୟକୁ ଗୌରବ୍ୱାନୀତ କରିଛନ୍ତି । ୪୨ ନମ୍ବର ରାଙ୍କ ପାଇଛନ୍ତି ବାରିପଦାର ପ୍ରଣିତା ଦାସ । କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଏମଫିଲ୍ କରୁଛନ୍ତି ପ୍ରଣିତା । ଏହା ପୂର୍ବରୁ କୋଲକାତା ସେଣ୍ଟ ଜାଭିୟର୍ସ ଓ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ପଢିଛନ୍ତି । ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ଓ ଓଡ଼ିଶୀ ନୃତ୍ୟରେ ବି ପ୍ରଶିକ୍ଷଣ ନେଇଛନ୍ତି ପ୍ରଣିତା । ୫୧୬ ନଂ ରାଙ୍କ ପାଇଥିବା ତେଜସ୍ୱିନୀ ବେହେରା ଗତ ଓପିଏସସି ଓଏସରେ ଟପ୍ କରିଥିଲେ।

Leave a comment