କେନ୍ଦ୍ର ସରକାର ପକ୍ଷରୁ ‘ଅନ୍ଲକ୍-୪’ର ଗାଇଡଲାଇନ୍ ଜାରି; ଜାଣନ୍ତୁ କେଉଁ ନିୟମ ହେଲା କୋହଳ

ଓଡ଼ିଶାଫାଷ୍ଟ(ବ୍ୟୁରୋ):କେନ୍ଦ୍ରସରକାର ଶନିବାର ଅନ୍ଲକ୍-୪ ଗାଇଡଲାଇନ୍ ଜାରି କରିଛନ୍ତି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଅନ୍ଲକ୍-୩ର ସମୟ ସୀମା ଶେଷ ହେଉଥିବା ବେଳେ ଆଜି କେନ୍ଦ୍ର ଗୃହ ଗୃହମନ୍ତ୍ରାଳୟ ଅନ୍ଲକ୍-୪ର ଗାଇଡଲାଇନ୍ ଘୋଷଣା କରିଛନ୍ତି। କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଏହି ଅନଲକ-୪ ଗାଇଡଲାଇନ୍ ବଳବତ୍ତର ହେବନାହିଁ। କରୋନା ମହାମାରୀକୁ ନଜରରେ ରଖି ପୂର୍ବ ପରି କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ନିୟମାବଳି କାକଡି ଭାବେ ଜାରି ରହିବ। ଆସନ୍ତୁ ଜାଣିବା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରି ହୋଇଥିବା ଅନ୍ଲକ୍-୪ରେ କ’ଣ ସବୁବନ୍ଦ ଓ ଖୋଲା ରହିବ।
– ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବ।
-ସେପ୍ଟେମ୍ବର ୨୧ରୁ ମନୋରଞ୍ଜନ, ରାଜନୈତିକ, କ୍ରୀଡା, ସାଂସ୍କୃତିକ ଓ ଧର୍ମୀୟ ଭଳି ସାଧାରଣ ସମାବେଶକୁ ଅନୁମତି ଦିଆଯାଇଛି। ତେବେ ଏଭଳି ସମାବେଶରେ ୧୦୦ଜଣରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ।
-ସେପ୍ଟେମ୍ବର ୭ରୁ ମେଟ୍ରୋ ରେଳ ଟ୍ରେନ୍ ଚାଲିବ। ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଏସ୍ଓପି ଜାରି ହେବ।ସେପ୍ଟେମ୍ବର ୩୦ ଯାଏଁ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦରହିବ।
-ଶିକ୍ଷକଙ୍କ ଠାରୁ ପାଠ ବୁଝିବା ପାଇଁ ସ୍କୁଲ ଯାଇପାରିବେ ନବମ ଓ ଦ୍ୱାଦଶ ଛାତ୍ରଛାତ୍ରୀ। ତେବେ ସ୍କୁଲ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଦରକାର।
-ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆସିବେ।
-ପୂର୍ବଭଳି ଅନ୍ଲାଇନ୍ ପାଠପଢ଼ା ଜାରି ରହିବ।
-ଆଇଟିଆଇର ଓ ଅନ୍ୟ ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଟ୍ରେନିଂ ଦେବା ପାଇଁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ।