ଅନଲକ ୨.୦ ପାଇଁ ରାଜ୍ୟ ସରକାରଙ୍କ ଜାରି କଲେ ନୂଆ ଗାଇଡଲାଇନ; ଜାଣନ୍ତୁ କ’ଣ ରହିଛି

ଏବେ ଦେଶରେ ଆରମ୍ଭ ହୋଇସାରିଛି ଅନଲକ ୨.୦ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ସାଢେ ତିନି ମାସ ହେଲାଣି ଅଦୃଶ୍ୟ ଶତ୍ରୁ ସହ ଲଢେଇ ଚାଲିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସ୍ୱାସ୍ଥ୍ୟ ସହ ଅର୍ଥନୀତିକୁ ପରିଚାଳନା କରିବା ଆମ ପାଇଁ ଜରୁରୀ । ମାସ୍କ , ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି କରାଯିବ । ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ, ଆଇସୋଲେସନରେ ରହିବେ । କୋଭିଡ କେୟାର ହୋମ ଦାୟିତ୍ୱରେ ବି ସରପଂଚମାନେ ରହିବେ । ରାଜ୍ୟରେ ମୋଟ ୧୬୮୨୪ କ୍ୱାରେଣ୍ଟିନ ସେଣ୍ଟର ଥିଲା, ହ୍ରାସ ହେବ । ଏଯାବତ ୭ ଲକ୍ଷ ୪୬ ହଜାର ୦୯୮ ଜଣ କ୍ୱାରେଣ୍ଟିନ ଡିସଚାର୍ଜ ହେଲେଣି । ଏବେ ମୋଟ ୧ ଲକ୍ଷ ୫ ହଜାର ଲୋକ କ୍ୱାରେଣ୍ଟିନ ସେଣ୍ଟରରେ ଅଛନ୍ତି ।
-ପ୍ରତି ଗାଁରେ କୋଭିଡ ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବ
-ପ୍ରତି ପଂଚାୟତରେ କୋଭିଡ କେୟାର ହୋମ୍ କରାଯିବ
-ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ ହେବ
-ଜୁଲାଇ ୩୧ ଯାଏ ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ମନା
-ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ
-ସ୍କୁଲ, କଲେଜ, କୋଟିଂ ସେଣ୍ଟର ୩୧ ଅଗଷ୍ଟ ଯାଏଁ ବନ୍ଦ
-ରେଷ୍ଟୁରାଣ୍ଟ ଖୋଲା ରହିବ, ଖାଦ୍ୟ କେବଳ ପାର୍ସଲ ନେଇହେବ
-ରାତି ୯ରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ
-ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ
-ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ
-୫୦ରୁ ଅଧିକ ଆକ୍ଟିଭ କେସ ଥିବା ୧୦ଟି ଜିଲ୍ଲାକୁ ଜୋନ-୧ ଘୋଷଣା
-୧୦ ଜିଲ୍ଲା-ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଝାରସୁଗୁଡା
-ଜୋନ-୧ରେ ଆସୁଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ଜାରି ରହିବ
-ସ୍ଥାନୀୟ ପ୍ରଶାସନ ଚାହିଁଲେ ଗାଡି ଚଳାଚଳ ଓ ଦୋକାନ ବଜାର ବନ୍ଦ କରିପାରିବେ
-ଏହି ୧୦ ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲା ଜୋନ-୨ରେ ରହିବେ
-ମାସ୍କ, ସାମାଜିକ ଦୂରତ୍ୱ ନିୟମ କଡାକଡି ପାଳନ କରାଯିବ
-ମାସ୍କ ନପିନ୍ଧିଲେ ପୂର୍ବଭଳି ଜରିମାନା ଆଦାୟ କରାଯିବ
-ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ
-ଜୁଲାଇ ମାସରେ ଚେକିଂ ଜୋରଦାର ହେବ, କଡା କାର୍ଯ୍ୟାନୁଷ୍ଠାନ ହେବ
-ଦୋକାନୀ ସାମାଜିକ ଦୂରତ୍ୱ ବ୍ୟବସ୍ଥା ନ କଲେ କାର୍ଯ୍ୟାନୁଷ୍ଠାନ
-ଓଡିଶାକୁ ଆଉ ଅଧିକ ବିମାନ, ରେଳ ନଆସିବାକୁ ବ୍ୟବସ୍ଥା କରାଯିବ