ଗୋବିନ୍ଦ ସାହୁ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗୋବିନ୍ଦ ସାହୁ ମୃତ୍ୟୁର ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମମିତା ମେହେରର ଡ଼ିଏନଏ ରିପୋର୍ଟର ଆସାମଞ୍ଜସ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର। ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେତେବେଳେ ହାଜତ କିମ୍ବା ଜେଲରେ ମୃତ୍ୟୁ ହୁଏ, ସେତେବେଳେ ଅନେକ ପ୍ରଶ୍ନ ଉଠେ | ଡ଼ିଏନଏ ପରୀକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।
ଏହା ଯୋଜନା କିମ୍ବା ସଂଯୋଗ ତାହା ପରବର୍ତୀ ଅନୁସନ୍ଧାନର ବିଷୟ କିନ୍ତୁ ଏହା ଭଲ କଥା ନୁହେଁ, ଶୁଭ ଲକ୍ଷଣ ନୁହେଁ ।
ଯେଉଁ ମାନଙ୍କ ହାତରେ ଗୃହ, ଆଇନ ବିଭାଗ ଅଛି ଯାହା ପାଖରେ ପୁଲିସ ବିଭାଗ ଅଛି | ଗୃହ ବିଭାଗର ସଚିବ ସେମାନଙ୍କୁ ଉତ୍ତର ଦେବାକୁ ପଡିବ | ଏହାର ରାଜନୈତିକ ଉତ୍ତର ଯାହାର ଦେବାକୁ ଅଛି ସେମାନଙ୍କୁ ଉତ୍ତର ଦେବାକୁ ପଡିବ।ଅନୁସନ୍ଧାନ ନ୍ୟାୟ ସଂଗତ ହେବା ଦରକାର।ଜେଲରେ ମୃତ୍ୟୁ କେମିତି ହେଉଛି, ହାଜତରେ ମୃତ୍ୟୁ କେମିତି ହେଉଛି
ମମିତା ମେହେରକୁ ନେଇ ଯେଉଁ କାଣ୍ଡ ହୋଇଥିଲା।ଡ଼ିଏନଏ ଆସାମଞ୍ଜସ୍ୟ କଥା ଆସୁଛି।
ସେତେବେଳେ ସନ୍ଦେହ ତିଆରି କରୁଛି ।ରାଜ୍ୟ ସରକାର ନିଜ ନିରପେକ୍ଷତା ପାଇଁ ଏବଂ ପ୍ରଜାତନ୍ତ୍ରରେ ଲୋକଚାର ଓ ଉତ୍ତର ଦାୟିତ୍ୱର ମହତ୍ତ୍ୱ ଅଛି | ନିଜର ସ୍ୱଚ୍ଛତା ପାଇଁ ନିରପେକ୍ଷ ତଦନ୍ତ ହେବା ଦରକାର।ଆମ ଦଳ ସିବିଆଇ ତଦନ୍ତ ଦାବି କରିଛି, ମୁଁ ବି କହୁଛି ସିବିଆଇ ତଦନ୍ତ ଦାବିରେ ମୁଁ ସହମତ।