କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟାଞ୍ଚଳ ପରିଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ଲଘୁଚାପଜନିତ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ପରିଦର୍ଶନ ସମୟରେ ଧର୍ମେନ୍ଦ୍ରଙ୍କ ସହ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା ଓ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ଉପସ୍ଥିତ ଥିଲେ । ଆକାଶମାର୍ଗରୁ ଧର୍ମେନ୍ଦ୍ର ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ଏନଏଚଏମ ହଲରେ ଜିଲ୍ଳା ଅଧିକାରୀଙ୍କ ସହ ବନ୍ୟା ପରିସ୍ଥିତିର ଆଲୋଚନା କରିଥିଲେ ।

ସୂଚନା ଅନୁଯାୟୀ, ଲଘୁଚାପଜନିତ ବର୍ଷା ପରେ ବଲାଙ୍ଗୀର ସହର ସମ୍ପୂର୍ଣ୍ଣ ରୂପେ ଜଳାର୍ଣ୍ଣବ ହୋଇଯାଇଛି । ଏହି ବନ୍ୟା ସ୍ଥିତି ପରଖିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକାଶମାର୍ଗରୁ ଏହାର ପରିଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ବନ୍ୟା ପ୍ରଭାବିତ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଜୁନାଗଡ଼, ଏମ୍ ରାମପୁର, କର୍ଲାମୁଣ୍ଡା, ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ସୋନପୁର ଜିଲ୍ଲାର ତରଭା ବ୍ଲକ୍ ଓ ତରଭା ଏନଏସି, ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ, ବଲାଙ୍ଗୀର ଟାଉନ ଓ ଦେଓଗାଁ ବ୍ଲକ ଆଦିର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେହିପରି ବଲାଙ୍ଗିରରେ ୫୬ଟି କ୍ୟାମ୍ପରେ ୧୯ ହଜାର ଲୋକଙ୍କୁ ରଖାଯାଇଛି ଓ ସୁବର୍ଣ୍ଣପୁରରେ ୩,୯୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ଯୁଗ୍ମ ରିଲିଫ କମିଶନର କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି ।

Leave a comment