ରାଜ୍ୟର ବିଭିନ୍ନ ସହରରେ ଅସମ୍ଭାଳ ତାତି

0

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସହରରେ ଅସମ୍ଭାଳ ତାତି। ବିଶେଷ କରି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା 40ଡିଗ୍ରୀ ଉପରେ ରହିଛି। ଆଗକୁ ମଧ୍ୟ ତାପମାତ୍ରା ସ୍ବଭାବିକ ଠାରୁ 3ଡିଗ୍ରୀ ଅଧିକ ରହିବାକୁ ଥିବା ବେଳେ 5ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବନାହିଁ ବୋଲି ଜଣାପଡିଛି। ଏହାସହ ଖରା ଏତେ ପ୍ରଖର ହେଉଛି ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ତାତି ସହ ଗୁଳୁଗୁଳି ଲୋକେ ହନ୍ତସନ୍ତ ହେଉଛନ୍ତି।

ରବିବାର ଟିଟିଲାଗଡ 41.6 ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ସହର ପାଲଟିଥିଲା। ସେହିପରି ଝାରସୁଗୁଡାରେ 41.5, ସମ୍ବଲପୁରରେ 41 ଏବଂ ସୁନ୍ଦରଗଡ ଜିଲ୍ଲାରେ 40ଡିଗ୍ରୀ ତାପମାତ୍ରା ରେର୍କଡ କରାଯାଇଛି। ସେପଟେ 6ତାରିଖ ବେଳକୁ ବଙ୍ଗୋପ ସାଗରରେ ଘୁର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

Leave a comment