ରାଜଧାନୀବାସୀ ସାବଧାନ ! ନଚେତ ହୋଇପାରେ ଚର୍ମ କର୍କଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ରେ ସୃଷ୍ଟି ହୋଇଛି ଚର୍ମ କର୍କଟ ଆଶଙ୍କା । କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାବେଳେ ଚିନ୍ତା ବଢାଇଛି ଅତି ବାଇଗଣୀ ରଶ୍ମୀ ବା ୟୁଭି ରେ । ୟୁଭି ରେ ସ୍ତର ୮, ୯ କିମ୍ବା ୧୦ କୁ ବିପଦ ଭାବେ ଧରାଯାଉଥିବା ବେଳେ ଭୁବନେଶ୍ୱର ଏହା ୧୨ ରେ ପହଁଚିଲାଣି । ଗତକାଲି ସକାଳ ୯ଟାରୁ ୟୁଭି ରେ ସ୍ତର ୮ ରହୁଥିବା ବେଳେ ଦିନ ୧୧ ବେଳେ ଏହାର ସ୍ତର ୧୨ରେ ପହଞ୍ଚି ଥିଲା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏହା ଅପରିବର୍ତ୍ତିତ ରହିବା ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି ।
ବାଇଗଣୀ ରଶ୍ମୀ ବା ୟୁଭି ରେ ପ୍ରଭାଵରେ ଚର୍ମ କର୍କଟ ଆଶଙ୍କା ସହ ଆଖି ଉପରେ ପଡିପାରେ ଗୁରୁତର ପ୍ରଭାଵ । ଏହି ରଶ୍ମୀର ୫ମିନିଟ ସିଧା ସଂସ୍ପର୍ଶରେ ଆସିଲେ ଚର୍ମ କର୍କଟରେ ଆକ୍ରାନ୍ତ ହେବା ଆଶଙ୍କା ବୃଦ୍ଧି ପାଇଥାଏ ।