ସଙ୍କଟରେ ବ୍ରିଟେନ ସରକାର; ଇସ୍ତଫା ଦେଇପାରନ୍ତି ବୋରିସ ଜନସନ

0

ସଙ୍କଟରେ ବ୍ରିଟେନ ସରକାର । ଇସ୍ତଫା ଦେଇପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ମନ୍ତ୍ରିମଣ୍ଡଳରୁ ୪୦ ମନ୍ତ୍ରୀଙ୍କ ଇସ୍ତଫା ପରେ ପଦ ଛାଡିବାକୁ ରାଜି ହୋଇଥିବା ସୂଚନା ମିଳୁଛି । ପଦ ଛାଡିବାକୁ ରାଜି ହୋଇଥିବା ବ୍ରିଟେନ ଗଣମାଧ୍ୟମରେ ଚର୍ଚ୍ଚା । ତେବେ କନଜରଭେଟିଭ ପାର୍ଟିରୁ କିଏ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ସ୍ପଷ୍ଟ ହୋଇନି ।

ବିତ୍ତ ମନ୍ତ୍ରୀ ରୁଷି ସୁନକ ଏବଂ ସ୍ୱାସ୍ଥ୍ୟ ସଚିବ ସାଜିଦ ଜବିତ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପୂର୍ବରୁ ମଧ୍ୟ ସରକାରଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ସଙ୍କଟ ଦେଖାଦେଇଛି। ଗତକାଲି ରାତିରେ ଇସ୍ତଫା ଦେଇଥିବା ଦୁଇ ମନ୍ତ୍ରୀ ମଧ୍ୟ ଜନସନଙ୍କ ଦକ୍ଷତା ଏବଂ ସରକାରଙ୍କ କାର‌୍ୟ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି। ବାରମ୍ବାର ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଉପରେ ପଦ ଛାଡିବାର ଚାପ ବଢିଛି । ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬ ଜଣ ଇସ୍ତଫା ଦେଇଛନ୍ତି। ଏହି ତାଲିକାରେ ଶିଶୁ ବିକାଶ ମନ୍ତ୍ରୀ ୱିଲ୍ କୁଇନ୍ସ, ଶିକ୍ଷା ମନ୍ତ୍ରୀ ରବିନ୍ ୱାକର, ଗୃହ କାର୍ଯ୍ୟାଳୟ ମନ୍ତ୍ରୀ ବିକି ଆଟକିନ୍ସ ଏବଂ କୋଷାଧ୍ୟକ୍ଷ ଜନ୍ ଗ୍ଲେନ୍ ମଧ୍ୟ ଅଛନ୍ତି।ତେବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ଯଦି ଜନସନ ନିଜେ ଚୈାକି ଛାଡନ୍ତି, ତା’ହେଲେ ତାଙ୍କ ପାର୍ଟିର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ? ତେବେ ଏହି ସମୟରେ ୬ ଟି ନାମ ଉପରେ ଅଧିକ ଆଲୋଚନା ହେଉଛି ।

Leave a comment

You cannot copy content of this page