ଇସ୍ତଫା ଦେଲେ ଉଦ୍ଧବ ଠାକରେ

0

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ । ଫେସବୁକ୍ ଲାଇଭ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି ଠାକରେ । ତାଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ମହାନାଟକର ଅନ୍ତ ଘଟିଛି ।

କିଛି ସମୟ ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କ ବିପରୀତରେ ରାୟ ଶୁଣାଇଥିଲେ । ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶ ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହେଲେ ସୁପ୍ରିମୋକୋର୍ଟ ଆବେଦନର ଶୁଣାଣି କରି ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ । ପୂର୍ବ ଆଦେଶ ଅନୁସାରେ କାଲି ଫ୍ଲୋର ଟେଷ୍ଟ ହେବ ବୋଲି କହିଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟର ଠିକ୍ ପରେ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଛନ୍ତି । ଅର୍ଥାତ କାଲି ତାଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ଥ କରିବାକୁ ପଡିବନାହିଁ । ତେବେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦ ସହ ବିଧାନସଭା ପରିଷଦରୁ ମଧ୍ୟ ଇସ୍ତଫା ଘୋଷଣା କରିଛନ୍ତି । ନିୟମ ଅନୁସାରେ ସେ ନିଜର ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେବେ । ନିଜ ଫେସବୁକ ଲାଇଭରେ ସେ କହିଛନ୍ତି, ମୋ ପାଖରେ ଶିବସେନା ଅଛି । ଶିବସେନା ଆମଠାରୁ କେହି ଛଡାଇ ପାରିବେ ନାହିଁ । ମୁଁ ଚାହୁଁନି କି ଶିବସୈନିକ ରାସ୍ତାକୁ ଆସନ୍ତୁ । ଯେଉଁ ମାନଙ୍କୁ ମୁଁ ସବୁକିଛି ଦେଇଥିଲି ସେମାନେ ମୋ ସହ ବିଶ୍ୱାସଘାତକ କଲେ । ଯେଉଁମାନଙ୍କୁ କିଛି ଦେଇ ନଥିଲି ସେମାନେ ମୋ ସହ ଛିଡା ହୋଇଛନ୍ତି । ପ୍ରତ୍ୟେକ ଶିବସୈନିକଙ୍କ ସହ ମୁଁ ଆଗକୁ ରହିବି ।

ଏପଟେ ବିଜେପି ଶିବିରରେ ଖୁସିର ଲହର ଖେଳିଯାଇଛି । ସରକାର ଗଢିବା ଦିଗରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅନ୍ୟପକ୍ଷରେ ଶିବସେନାରେ ଥିବା କଥା କହୁଥିବା ଏକନାଥ ସିନ୍ଦେଙ୍କ ଗୋଷ୍ଠୀ କାହାକୁ ସମର୍ଥନ କରୁଛନ୍ତି ତାହା ଆଗକୁ ସ୍ପଷ୍ଟ ହେବ ।

Leave a comment