ପଦ ଛାଡ଼ିବେ ଉଦ୍ଧବ!

0

ମୁମ୍ବାଇ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଦ ଛାଡ଼ିବେ ଉଦ୍ଧବ! ଉଦ୍ଧବ ଠାକରେ ସରକାରୀ ବାସଭବନ ଛାଡିବା ପରେ ମହାରାଷ୍ଟ୍ର ରାଜନୀତିରେ ରୋଚକ ସ୍ଥିତି ସୃଷ୍ଟି ହୋଇଛି । ସେପଟେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେନି ଉଦ୍ଧବ ଠାକରେ । ସମସ୍ତ ପ୍ରତିବନ୍ଧକର ମୁକାବିଲା କରାଯିବ ବୋଲି କହିଛନ୍ତି ଦଳର ନେତା ସଞ୍ଜୟ ରାଓ୍ୱତ । ଅନ୍ୟପଟେ ସରକାରୀ ବାସଭବନ ଛାଡ଼ି ମାତୋଶ୍ରୀରେ ରହିଲେ ଉଦ୍ଧବ ।

ଏପଟେ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ସହଯୋଗୀ ଦଳ କଂଗ୍ରେସ ଏବଂ ଏନସିପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ଏକନାଥ ସିନ୍ଦେ ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଛନ୍ତି । ତେବେ ଶିବସେନାର ୫୫ ବିଧାୟକଙ୍କ ମଧ୍ୟରୁ ୩୪ ଶିବସେନା ବିଧାୟକଙ୍କ ହସ୍ତାକ୍ଷର ସମ୍ବଳିତ ଚିଠି ରାଜ୍ୟପାଳଙ୍କୁ ଦେଇଛନ୍ତି । କିନ୍ତୁ ଶିବସେନା କହିଛି ସିନ୍ଦେଙ୍କ ସହ ଥିବା ୧୭ ବିଧାୟକ ମୁମ୍ବାଇ ଫେରିବାକୁ ପ୍ରସ୍ତୁତ ହୋଇରହିଛନ୍ତି । ଉଦ୍ଧବଙ୍କ ସରକାରୀ ବାସଭବନରୁ ମାତୋଶ୍ରୀ ପର୍ଯ୍ୟନ୍ତ ଶିବସେନା କର୍ମୀଙ୍କ ଭିଡ଼ ଦେଖିବାକୁ ମିଳିଛି । ଉଦ୍ଧବଙ୍କ ସପକ୍ଷରେ ନାରାବାଜି କରିଛନ୍ତି ତାଙ୍କ ସମର୍ଥକ ।

Leave a comment