ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗ୍ସିଷ୍ଟ ସଂଘ ନିର୍ବାଚନରେ ଜାଲିଆତି ଅଭିଯୋଗ, ନାମାଙ୍କନ ପତ୍ର ଖାରଜ ନେଇ ଆତ୍ମହତ୍ୟା ଚେତାବନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ଭୋଟର ଲିଷ୍ଟକୁ ଜାଲ କରାଯାଇ ପ୍ରତିଦ୍ୱନ୍ଦ୍ୱି ମାନଙ୍କୁ ନିର୍ବାଚନ ଲଢିବାକୁ ଦିଆଯାଉନଥିବା ଅଭିଯୋଗ ଆସିଛି । ମୁହଁ ନଖୋଲିବାକୁ ସେମାନଙ୍କୁ ଧମକଚମକ ଦିଆଯାଉଛି । ଏନେଇ ଆଶାୟୀ ପ୍ରାର୍ଥୀ ବନୋଜ ଜେନା ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ସମ୍ନାକୁ ଆସିଛି ।

ଅଭିଯୋଗ ଅନୁଯାୟୀ, ଆସନ୍ତା ୧୬ ତାରିଖରେ ସଂଘର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ନାମାଙ୍କପତ୍ର ଦାଖଲ ଶେଷ ହୋଇଛି । ତେବେ ବନୋଜ ଜେନା ସଂଘର କର୍ମକର୍ତ୍ତା ତଥା ଭୋଟର ହିସାବରେ ନାମାଙ୍କନପତ୍ର ଦାଖଲ କରିଥିଲେ । ପ୍ରାଥମିକ ଭାବେ ନିର୍ବାଚନ ଦାୟିତ୍ୱରେ ଥିବା ପଦାଧିକାରୀ ସେମାନଙ୍କ ନାମାଙ୍କନ ପତ୍ର ଗ୍ରହଣ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଭୋଟର ତାଲିକାରେ ତାଙ୍କର ନାଁ ନଥିବା କହି ପ୍ରାର୍ଥୀପତ୍ରକୁ ନାକଚ କରିଦେଇଥିଲେ । ପ୍ରାର୍ଥୀପତ୍ର ନାକଚ ପଛରେ ସାଧାରଣ ସଂପାଦକ… ଓ … ତାଙ୍କ ପ୍ରଚ୍ଛନ୍ନ ହାତ ଥିବା ଜଣାପଡିଛି । ପ୍ରାର୍ଥୀପତ୍ର ଦାଖଲ ବେଳେ ଭୋଟର ତାଲିକାରେ ତାଙ୍କର ନାଁ ଥିବା ବେଳେ ଏବେ କିପରି କଟିଗଲା, ସେ ନେଇ ବନୋଜ ନିର୍ବାଚନ ପରିଚାଳନା କମିିଟିକୁ ପଚାରିବାରୁ ତାଙ୍କୁ ପ୍ରଶାନ୍ତ ମହାପାତ୍ର, ବିକ୍ରମ ପାଣି ଓ ଗୋପିନାଥ ବାରିକ ତାଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ, ହେଲେ ମାମଲା ସିଭିଲ ହୋଇଥିବା କହି ପୁଲିସ ତାଙ୍କୁ କୋର୍ଟ ଯିବାକୁ ପରାମର୍ଶ ଦେଇ ଫେରାଇ ଦେଇଥିଲା । ତେବେ ତାଙ୍କୁ ଯଦି ନ୍ୟାୟ ନମିଳେ, ସେ ତାଙ୍କ ସମର୍ଥକଙ୍କ ସହ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।

Leave a comment