ଟେମ୍ପୁ ଧକ୍କାରେ ଦୁଇ ଶିକ୍ଷୟିତ୍ରୀ ମୃତ
ଓଡିଶା ଫାଷ୍ଟ( ବ୍ୟୁରୋ): ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 2 ସ୍କୁଲ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ସେମାନେ ସ୍ଥାନୀୟ ପୀତବାସ ୟୁଜି ଏମ୍ଇ ସ୍କୁଲର ଶିକ୍ଷୟିତ୍ରୀ ଥିଲେ ବୋଲି ସୂଚନା ମିଳିଛି। ସେମାନେ ହେଲେ ସ୍ନେହଲତା ସାହୁ ଓ ଶୁଭଲକ୍ଷ୍ମୀ ପରିଡ଼ା। ଶନିବାର ସକାଳୁଆ ସ୍କୁଲ ଥିବାରୁ ଉଭୟ ସ୍କୁଟି ଯୋଗେ ଆସୁଥିଲେ। ଆଉ ଅଳ୍ପ ସମୟରେ ସ୍କୁଲରେ ପହଞ୍ଚି ଯାଇଥା’ନ୍ତେ। ହେଲେ ବିଧିର ନିୟମ ଥିଲା ଅଲଗା। ଦାଣ୍ଡମୁକୁନ୍ଦପୁର କେନ୍ଦ୍ରୀୟ ପ୍ରାଥମିକ ସ୍କୁଲ ସମମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ସେମାନଙ୍କର ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ଉଭୟ ସ୍ନେହଲତା ଓ ଶୁଭଲକ୍ଷ୍ମୀଙ୍କ ବାପଘର ଦାଣ୍ଡମୁକୁନ୍ଦପୁରରେ। ସଂପର୍କରେ ସେମାନେ ପିଇସୀ-ଝିଆରୀ ଥିଲେ।