କୂଅଖାଇ ନଈରେ ଗାଧୋଇଲା ବେଳେ ୨ ଛାତ୍ର ନିଖୋଜ, ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ, ଅନ୍ୟ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୂଅଖାଇ ନଦୀରେ ପୁଣି ଘଟିଛି ଅଘଟଣ । ୟୁନିଟ ୯ ର ୬ ଜଣ ନବମ ଶ୍ରେଣୀ ଛାତ୍ର କୂଅଖାଇ ବ୍ରିଜ ନିକଟକୁ ଗାଧୋଇବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଗନ୍ନାଥ ସାହୁ ଓ ସେଫିକ ଦିଗଲ ନାମକ ୨ ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ ।

ସୂଚନା ଅନୁଯାୟୀ, ଆଜି ସକାଳେ ୟୁନିଟ ୯ ର ୬ ଜଣ ଛାତ୍ର ସ୍କୁଲ କୁ ନଯାଇ କୂଅଖାଇ ବ୍ରିଜ ପାଖକୁ ଗାଧୋଇବା ପାଇଁ ଆସିଥିଲେ । ସେମାନେ ସେଠାରେ ସାଇକେଲ ରଖି ଗାଧୋଇବା କୁଯାଇଥିଲେ । ଗାଧୋଇବା ବେଳେ ହଠାତ ୨ ଜଣ ଛାତ୍ର ନିଖୋଜ ହୋଇଯାଇଥିଲେ । କୂଅଖାଇ ରେ ଜଳସ୍ରୋତ ଅଧିକ ଥିବାରୁ ସେମାନେ ଭାସି ଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ ର କର୍ମଚାରୀ ନିଖୋଜ ଛାତ୍ର ମାନଙ୍କୁ ଖୋଜୁଛନ୍ତି ।

ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜା ଚାଲିଛି। ମୁର୍ମୁଷ ଅବସ୍ଥାରେ ଉଦ୍ଧାର ହୋଇଥିବା ଛାତ୍ରକୁ କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କରାଯାଇଛି।

୨ ଦିନତଳେ ନୂଆପଲ୍ଲୀ ବେହେରାସାହିରେ ରହୁଥିବା ସୁମିତ୍ରା ଦାସ (୫୫) ନାମକ ଜଣେ ମହିଳା ପାରିବାରିକ ଦୁଶ୍ଚିନ୍ତା କାରଣରୁ କୂଅଖାଇ ବ୍ରିଜ ରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଚେଷ୍ଟାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସାଇ ମନ୍ଦିର ପାଖ ଟଙ୍କପାଣି ବ୍ରିଜ ପାଖରୁ ସୁମିତ୍ରା ଙ୍କୁ ଉଦ୍ଧାର କରାଗଲା।

Leave a comment