ମହାନଦୀରେ ବୁଡିଯାଇ ୨ ଛାତ୍ର ମୃତ

0

ପାରାଦୀପ : ମହାନଦୀରେ ଗାଧୋଇବା ହେଲା କାଳ । ପୁଣି ବୁଡିଯାଇ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି । ପାରାଦୀପ ପଥୁରିଆର ୨ ଜଣ ଯୁକ୍ତ ଦୁଇ ଛାତ୍ର ପାଣିରେ ବୁଡି ଯାଇ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ଆଜି ଗୋଟିଏ ଗାଁର ୪ ଜଣ ବନ୍ଧୁ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ୨ ଜଣ ଗାଧୋଉଥିବା ବେଳେ ଆଉ ୨ ଜଣ ଗାଧୋଇନଥିଲେ । ଯେଉଁ ୨ ଜଣ ଗାଧୋଉଥିଲେ ସେମାନେ ପହଁରା ଜାଣିନଥିଲେ । ତେବେ ନଦୀରେ ଥିବା ଗଣ୍ଡରେ ୨ ଜଣ ଛାତ୍ର ବୁଡିଯାଇଥିଲେ । ଅନ୍ୟ ୨ ଜଣ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ମାତ୍ର ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବେଳକୁ ଉଭୟଙ୍କର ମୃତ୍ୟୁ ହୋଇ ସାରିଥିଲା ।

Leave a comment