ସ୍କୁଲର ଲୁହା ଗେଟ୍ ପଡି 2 ସୁରକ୍ଷାକର୍ମୀ ମୃତ

0

ରାଉରକେଲା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଉରକେଲା ସେକ୍ଟର-9ର ଏକ ଘରୋଇ ସ୍କୁଲରେ ଗେଟ୍ ପଡ଼ି ୨ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ 34 ବର୍ଷୀୟ ସୁରଜ ଚୌଧୁରୀ ଏବଂ 18 ବର୍ଷୀୟ ଗୌତମ ଗାନ୍ଧୀ ।

ଗୁରୁବାର ରାତିରେ ଏହି ଘଟଣା ଘଟିଥିବାବେଳେ କେଉଁ ପରିସ୍ଥିତିରେ ଗେଟ୍ ପଡ଼ିଲା, କେମିତି ଉଭୟଙ୍କ ମୃତ୍ୟୁ ହେଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ବାପାର ଡ୍ୟୁଟି କରୁଥିଲା ପୁଅ । ପୁଅକୁ ଜଗେଇ ବାପା ଯାଇଥିଲା ଘରକୁ । ଫେରିଲା ବେଳକୁ ଆଉ ଦୁନିଆରେ ନଥିଲା ଭେଣ୍ଡିଆ ପୁଅ । ସୁରକ୍ଷାକର୍ମୀ ଗୌତମ ଗାନ୍ଧୀ, ତାଙ୍କ ବାପାଙ୍କ ସ୍ଥାନରେ ଡ୍ୟୁଟି କରୁଥିବାବେଳେ ଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେକ୍ଟର 7 ପୋଲିସ ଘଟଣାର ତଦନ୍ତ କରୁଛି।

Leave a comment