ସଡ଼କ ଦୁର୍ଘଟଣା, ୨ ସ୍କୁଲ ଛାତ୍ରଙ୍କ ସମେତ ୩ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ସଡ଼କ ଦୁର୍ଘଟଣା ଘଟି ୨ଜଣ ନବମ ଶ୍ରେଣୀ ଛାତ୍ରଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଘେଁସ ପେଟୁପାଲି ଛକରେ। ମୃତକମାନେ ହେଲେ ୯ମ ଶ୍ରେଣୀ ଛାତ୍ର ଆକାଶ କୁମ୍ଭାର ଓ ବାସ୍ତୁଭ ଭୋଇ ଏବଂ ସରୋଜ ପ୍ରଧାନ(୨୭)। ଛାତ୍ର ଦ୍ଵୟ ଘେଁସରୁ ଟ୍ୟୁସନ ହୋଇ ଫେରିବା ବେଳେ ପେଟୁପାଲି ଛକରେ ଏଭଳି ଦୁର୍ଘଟଣା ଘଟିଥିଲା। ଏ ନେଇ କିଛି ସମୟ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଉତ୍ତେଜନା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।

ଘଟଣା କ୍ରମେ

ଆକାଶ ଓ ବାସ୍ତୁଭ ଘେଁସରୁ ଟ୍ୟୁସନ ସାରି ଫେରୁଥିଲେ। ଏହି ସମୟରେ କେରମାଲି ଗାଁର ସରୋଜଙ୍କ ସହ ସେମାନଙ୍କର ଦେଖା ହୋଇଥିଲା। ସରୋଜଙ୍କ ସହ ବାଇକରେ ଆକାଶ ଓ ବାସ୍ତୁଭ ଘରକୁ ଫେରୁଥିଲେ। ପଟୁପାଲି ଛକଠାରେ ଏକ ଜେସିବି ସହ ସେମାନଙ୍କ ବାଇକ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇ ଛାତ୍ରଙ୍କ ସହ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ପେଟିପାଲି଼ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ଜେସିବି ଗାଡ଼ିକୁ ପୋଡ଼ି ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।

Leave a comment