ମାଳଦ୍ବୀପରେ ଭାରତୀୟ ନାଗରିକଙ୍କୁ ଆକ୍ରମଣ

0

ମାଳଦ୍ବୀପରେ ଭାରତୀୟ ନାଗରିକଙ୍କୁ ଆକ୍ରମଣ। ମାଳଦ୍ବୀପର ନାଗରିକ ଓ ଭାରତୀୟ ନାଗରିକଙ୍କ ମଧ୍ୟରେ ସଂଘର୍ଷ ଘଟଣା ସାମନାକୁ ଆସିଛି। ସଂଘର୍ଷରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାପରେ ମାଳଦ୍ବୀପର ନାଗରିକଙ୍କୁ ଗିରଫ କରାଯାଇଛି। ପୋଲିସ ସ୍ପଷ୍ଟ କରିନି ଯେ, ଭୁଲ କାହାର ଥିଲା ? ତେବେ ମାଳଦ୍ବୀପର ନାଗରିକଙ୍କୁ କଷ୍ଟଡିରେ ନିଆଯାଇଥିବାରୁ ଅନୁମାନ କରାଯାଉଛି ତାଙ୍କ ପକ୍ଷରୁ ବିବାଦ ଆଗ ଆରମ୍ଭ ହୋଇଛି।

ରିପୋର୍ଟ ଅନୁସାରେ, ହୁଲହୁମଲେ ସ୍ଥିତ ସେଣ୍ଟ୍ରାଲ ପାର୍କରେ ସୋମବାର ରାତି ପ୍ରାୟ ୯ଟା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସ ଗିରଫ କରିଥିବା ସନ୍ଦିଗ୍ଧ ବ୍ୟକ୍ତି ମାଳଦ୍ବୀପର ବୋଲି କୁହାଯାଉଛି, କିନ୍ତୁ କୁହାଯାଇ ନାହିଁ କିଏ ଆହତ ହୋଇଛନ୍ତି। ପୋଲିସ କହିଛି ଗୁରୁତର ଭାବରେ ଆହତ ଦୁଇଜଣ ଲୋକଙ୍କୁ ହୁଲହୁମଲେ ହସ୍ପିଟାଲରେ ଚିକିତ୍ସା ପରେ ଏବେ ଛାଡି ଦିଆଯାଇଛି। ପାର୍କ ଭିତରେ ମାଳଦ୍ବୀପ ଓ ଭାରତୀୟ ନାଗରିକଙ୍କ ମଧ୍ୟ ସଂଘର୍ଷ ହୋଇଥିଲା। ମାମଲାର ଏବେ ତଦନ୍ତ ଚାଲିଛି।

ଉଲ୍ଲେଖନୀୟ ଯେ, ଏହି ଘଟଣା ଏଭଳି ସମୟରେ ଆସିଛି ଯେତେବେଳେ ଦୁଇ ଦେଶ ଭିତରେ ପାରସ୍ପାରିକ ସମ୍ପର୍କ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ଚୀନ୍ ସମର୍ଥକ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଶାସନ କ୍ଷମତାକୁ ଆସିବା ମାତ୍ରେ ଭାରତ ବିରୋଧି ବୟାନବାଜି ଆରମ୍ଭ କରିଦେଇଛନ୍ତି। ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ମଧ୍ୟରେ ସଂଘର୍ଷ ହେବା ଦୁଇ ଦେଶ ପାଇଁ ଚିନ୍ତାର ବିଷୟ।

Leave a comment