ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ ଓ ସ୍ପେସିଆଲ ସ୍କ୍ୱାର୍ଡ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ୍ଷ୍ମୀସାଗର ପୋଲିସ ଓ ସ୍ପେସିଆଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରି ଦୁଇ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି ।

ସୂଚନା ଅନୁଯାୟୀ, ଅନେକ ଦିନରୁ ଚୋରା ବନ୍ଧୁକ ବ୍ୟବସାୟ ଚାଲୁଥିବା ଖବର ପାଇ ପୋଲିସ ଲକ୍ଷ୍ମୀସାଗର ର ବିଭିନ୍ନ ଅଞ୍ଚଳରେ ନଜର ରଖିଥିଲା । ଆଜି ଲକ୍ଷ୍ମୀସାଗର ପୋଲିସ ଓ ସ୍ପେସିଆଲ ସ୍କ୍ୱାର୍ଡ ମିଳିତ ଭାବେ ବୁଦ୍ଧନଗର ଅଞ୍ଚଳରେ ଚଢ଼ାଉ କରି ଅଜିତ କୁମାର ମହାପାତ୍ର(୩୨) ଓରଫ ବାପି ଓ ସୁଜିତ କୁମାର ଦାସ(୧୯) ଙ୍କୁ ଗିରଫ କରିଥିଲା । ପୋଲିସ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଥିବା ସୂଚନା ଦେଇଛି । ଏହି ଚୋରା ବନ୍ଧୁକ ବିହାରର ମୁଙ୍ଗେର ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଛି । ଗିରଫ ହୋଇଥିବା ଦୁଇ ଚୋରା ବନ୍ଧୁକ ବେପାରୀଙ୍କୁ ଆଜି ଲକ୍ଷ୍ମୀସାଗର ପୋଲିସ କୋର୍ଟ ଚାଲାଣ କରିବ ।

Leave a comment