ସଡ଼କ ଦୁର୍ଘଟଣା ରେ ଦୁଇଜଣଙ୍କର ଅକାଳ ବିୟୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦୁଝରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏମ୍ଏସ୍ପି ପ୍ଲାଣ୍ଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ପରିଚୟ ମିଳିପାରିନାହଁ।
ସୂଚନା ଅନୁଯାୟୀ, ଟ୍ରକ୍ଟି ଠିଆ ହୋଇଥିବା ସମୟରେ କାର୍ଟି ଦ୍ରୁତ ଗତିରେ ଆସି ତା’ପଛରେ ପିଟି ହୋଇଥିଲା। କାର୍ଟିର ସମ୍ମୁଖ ଭାଗ ପୂରା ଟ୍ରକ୍ ପଛରେ ପଶି ଯାଇଥିଲା। ଖବର ପାଇ କେନ୍ଦୁଝର ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବାସହ ପ୍ରାଥମିକ ତଦନ୍ତରୁ କାର୍ଟି ଶ୍ରୀକାନ୍ତ କୁମାର ତ୍ରିପାଠୀଙ୍କର ବୋଲି ଜଣାପଡ଼ିଛି।