କରୁଣାନିଧିଙ୍କ ଶେଷଦର୍ଶନ ସମୟରେ ଦଳାଚକଟା ,୨ ମୃତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡିଏମକେ(DMK)ର ପ୍ରାଣ ପ୍ରତିଷ୍ଠାତା, ତାମିଲନାଡୁ ର ୫ ଥର ମୁଖ୍ୟମନ୍ତ୍ରୀ ତଥା ଜନନେତା,ଚଳଚିତ୍ର ବ୍ୟକ୍ତିତ୍ଵ ମୁଥୁବେଲ କରୁଣାନିଧି ଙ୍କ ୯୪ବର୍ଷ ବୟସରେ ଗତକାଲି ସନ୍ଧ୍ୟାରେ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ଶୁଣି ଶେଷଦର୍ଶନ ପାଇଁ ଆସି ଥିବା ସମୟରେ ଦଳାଚକଟା ରେ ଅଣନିଶ୍ୱାସୀ ହୋଇ ତାମିଲନାଡୁ ର ଆଉ ୨ ଜଣ ଡିଏମକେ କର୍ମୀ ସୁବ୍ରମଣ୍ୟମ,ରାଜେନ୍ଦ୍ରନଙ୍କର ମୃତ୍ୟୁ ହେବାର ଖବର ହସ୍ତଗତ ହୋଇଛି । ଏହା ପୂର୍ବରୁ କରୁଣାନିଧି ଙ୍କର ଅସୁସ୍ଥ ହେବା ଖବର ଶୁଣି ୨୧ଜଣ ଙ୍କର ମୃତ୍ୟୁ ହୋଇଥିଲା । ଆଜିର ଏହି ୨ଜଣଙ୍କୁ ମିଶାଇ ମୋଟ ୨୩ ଜଣ କର୍ମୀଙ୍କର ମୃତ୍ୟୁ ହେବାର ସୂଚନା ମିଳିଛି । ଏହାକୁ ନେଇ ଡିଏମକେ ର କାର୍ଯ୍ୟକାରିଣୀ ଅଧ୍ୟକ୍ଷ ତଥା ତାଙ୍କ ପୁଅ ଷ୍ଟାଲିନ କର୍ମୀମାନଙ୍କୁ ଶାନ୍ତ ହେବା ପାଇଁ ନିବେଦନ କରିଛନ୍ତି । କରୁଣାନିଧି ଙ୍କ ଶେଷଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଅନେକ ବିଶିଷ୍ଟ ବ୍ୟକ୍ତି ସେଠାରେ ଉପସ୍ଥିତ ରହିବା ସହ ଗଭୀର ଶୋକ ବ୍ୟକ୍ତ କରିଥିଲେ ।

Leave a comment