ରୁଚି ଫ୍ରୋଜିଟ ର ଦୁଇ ନୂଆ ଆଉଟଲେଟ ଉଦଘାଟିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ଅଗ୍ରଣି ମସଲା ଉଦ୍ୟୋଗ ରୁଚି ଦ୍ୱାରା ପରିଚାଳିତ ଫ୍ରୋଜିଟ ର ଦୁଇଟି ନୂଆ ଆଉଟଲେଟ କଟକର ନୂଆବଜାରସ୍ଥିତ ମାଛବଜାର ସମ୍ନା ଏବଂ କଲେଜଛକସ୍ଥିତ ଭରତିଆ ମାନସନ ଠାରେ ଉଦଘାଟିତ ହୋଇଛି । ଓଲିଉଡର ‘ଚୁଲବୁଲି’ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏହାକୁ ଉଦଘାଟନ କରଥିବା ବେଳେ ସମ୍ମାନିତ ଅତିଥି ଭାବେ ଆକ୍ସସିସ ବ୍ୟାଙ୍କ କଟକ ଶାଖାର ଡେପୁଟି ଭାଇସ ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଲେଙ୍କା ସେଠାରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରୁଚି ଉଦ୍ୟୋଗର ନିର୍ଦ୍ଦେଶିକା ରଶ୍ମୀ ସାହୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଫ୍ରୋଜିଟ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପାରମ୍ପରିକ ପିଠା, ରେଡି ଟୁ ଇଟ ଖାଦ୍ୟ, ଫ୍ରୋଜନ ଫୁଡ଼ ବେକରି ଓ ସୁସ୍ୱାଦୁ ମୃଦୁ ପାନୀୟ ଏହି ଆଉଟଲେଟରେ ଉପଲବ୍ଧ ହେବ । ଜାନୁୟାରୀ ୧୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉଦ୍ଘାଟନ ଅଫର ୧୦% ରହିଛି । ଗ୍ରାହକ ଫ୍ରୋଜିଟ ଲିଫଲେଟ, କୁପନ ବା ଖବରକାଗଜରେ ପ୍ରକାଶିତ ବିଜ୍ଞାପନ ଦେଖାଇ ଏହି ଅଫର ପାଇ ପାରିବେ ।
ଏହି କାର୍ଯ୍ୟକ୍ରମରେ ରୁଚି ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ଡ଼ ଶରତ କୁମାର ସାହୁ, ନିର୍ଦ୍ଦେଶିକା ଶ୍ରୀମତୀ ସଂଗୀତା ସାହୁ, ନିର୍ଦ୍ଦେଶକ ଅରବିନ୍ଦ ସାହୁ ଓ ନିର୍ଦ୍ଦେଶିକା ରଶ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଫ୍ରୋଜିଟର ଅର୍ଥ ବିଭାଗ ପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର ଓ ଲୋକସମ୍ପର୍କ ବିଭାଗ ର ମୁଖ୍ୟ ଦେବସ୍ମିତା ମିଶ୍ର ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଲୋକସମ୍ପର୍କ ବିଭାଗର ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ଓ ଡ଼ ନିହାର ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମ ସୁଚାରୁ ରୁପେ ପରିଚାଳନା କରିବାରେ ସହଯୋଗ କରିଥିଲେ ।