ଓଡ଼ିଶା ଗ୍ରସ୍ତରେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ପ୍ରତାପ, ଜଗନ୍ନାଥ ଦର୍ଶନ ପାଇଁ ଗଲେ ପୁରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରରେ ମନ୍ତ୍ରୀପଦ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ ଦୁଇ ଓଡ଼ିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସେମାନେ ପହଞ୍ଚିବା ପରେ ବିଜେପି କର୍ମୀଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯିବାସହ ବାଜା ବାଣ ଫୁଟାଇ ସ୍ୱାଗତ କରିଥିଲେ । ସେଠାରୁ ଦୁଇ ମନ୍ତ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ପୁରୀ ଗ୍ରସ୍ତ କରୁଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦ୍ରରେ ଦ୍ୱିତୀୟଥର ପାଇଁ ମୋଦି ସରକାର ଗଠନ କରିଛନ୍ତି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ସ୍ଥାନ ପାଇଛନ୍ତି । ନିଜ ମନ୍ତ୍ରୀପଦ ଗ୍ରହଣ କରିବା ପରେ ସେମାନେ ପ୍ରଥମ ଥର ଓଡ଼ିଶା ଗ୍ରସ୍ତରେ ଆସି ଜଗନ୍ନାଥଙ୍କ ଆଶୀର୍ବାଦ କମାନ କରି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ ଓ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଲଘୁ-ମଧ୍ୟମ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Leave a comment