ହାତୀ ଆକ୍ରମଣରେ ୨ ମୃତ

ଦ୍ୱାରଶୁଣି(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ହାତୀ ଆକ୍ରମଣରେ ୨ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଦୀଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା (୩୫ ) ବୋଲି ଜଣାପଡ଼ିଛି । ବୁଧିଆ ଗାଁକୁ ଫେରୁଥିବା ବେଳେ ହାତୀ ପଲ ଆଗରେ ପଡିଯାଇଥିଲେ ।
ସେହିପରି ଗତକାଲି ବିଳମ୍ବିତ ରାତିରେ ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜୋକା ପଂଚାୟତର ଦିଗାରିସଳ ଗ୍ରାମରେ ହାତୀପଲ ପଶି ଘର ଭାଙ୍ଗି ଥିବାବେଳେ ଘରେ ଶୋଇଥିବା ବେଳ ୫୫ବର୍ଷୀୟ ବୃଦ୍ଧା ଫୁଲମଣି ମୁଣ୍ଡାଙ୍କ ଉପରେ କାନ୍ଥ ପଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଦୁଇ ମୃତ ଦେହକୁ ଝାରପୋଖରିଆ ପୁଲିସ ଜବତ କରିବା ସହ ଶବବ୍ୟବଚ୍ଛେଦ ପାଇଁ ପଠାଇଦେଇଛି ।