ପାଣିରେ ବୁଡି ୨ ନାବାଳକ ମୃତ ,୨ ଗୁରୁତର

କୋରାପୁଟ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କୋରାପୁଟ ଦଶମନ୍ତପୁର ବ୍ଲକ ମାଝିଗୁଡା ଗାଁରେ ପାଣିରେ ବୁଡି ୨ ନାବାଳକ ମୃତ ଓ ୨ ଗୁରୁତର ହୋଇଛନ୍ତି । ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାତରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି ।
ଏହି ଗାତରେ ବର୍ଷା ଯୋଗୁଁ ପାଣି ଭର୍ତ୍ତି ହୋଇଯାଇଥିଲା । ତେବେ ଖେଳିବା ବେଳେ ଅସାବଧାନତା ଯୋଗୁଁ ନାବାଳକ ଗାତରେ ପଡିଯାଇଥିଲେ । ଫଳରେ ସେଠାରେ ଖେଳୁଥିବା ୪ ଜଣ ଗାତରେ ପଡିଯାଇଥିଲେ । ହେଲେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆବସ୍ଥାରେ ଡାକ୍ତରାଖାନରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ କୋରାପୁଟ ଏସଡିପିଓ ଓ ପୋଲିସ ପହଞ୍ଚିଥିଲେ ।