ପୁରୁଷ ବିଶ୍ୱକପ ହକି ସଫଳତା ପଛର ଦୁଇ ନାୟକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱକପ ହକିର ସଫଳ ଆୟୋଜନ ଓ ପରିଚାଳନା ହେବା ପଛରେ ଦୁଇ ଜଣ ନାୟକଙ୍କ ଭୂମିକା ଅତୁଳନୀୟ । ସେମାନେ ପରଦା ପଛରେ ରହି ମଧ୍ୟ ଏହି ଆୟୋଜନକୁ ସଫଳ କରିପାରିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାର ସମଗ୍ର ବିଶ୍ବରୁ ପ୍ରଶଂସା ସାଉଁଟି ପାରିଛନ୍ତି ।


ଭୁବନେଶ୍ୱର ର କଳିଙ୍ଗ ଷ୍ଟାଡିଅମ ହେଉ ବା କଟକର ବାରବାଟୀ ଷ୍ଟାଡିଅମ ହେଉ ଉଭୟ ସ୍ଥାନରେ ହୋଇଥିବା ଉଦଘାଟନୀ ଉତ୍ସବ ର ସୁରକ୍ଷା ପରିଚାଳନା ଠାରୁ ଆରମ୍ଭ କରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିବା ଦୁଇ ନାୟକ ହେଲେ ଥାର୍ଡ ଫ୍ଲୋର ର ଚର୍ଚ୍ଚିତ ଚେହେରା ତଥା ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପଣ୍ଡିଆନ ଓ ତରୁଣ ବିଧାୟକ ପ୍ରଣବ ପ୍ରକାଶ ଦାସ । ବିଜୁ ଜନତା ଦଳରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି ଯେକି କିଛି କାର୍ଯ୍ୟ ନକରି ବାହସ୍ପଟ ମାରି ଶ୍ରେୟ ନେବାକୁ ଚେଷ୍ଟାକରନ୍ତି । କିନ୍ତୁ ଏହି ଦୁଇ ନାୟକ ପରଦା ପଛରେ ରହି ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଥିବା କାର୍ଯ୍ୟକ୍ରମ ର ଆୟୋଜନ ଓ ପରିଚାଳନା କରି ମଧ୍ୟ ଏତେ ବଡ ଶ୍ରେୟ ଠାରୁ ନିଜକୁ ଦୂରରେ ରଖିଛନ୍ତି । ଦଳ ପାଇଁ ଦୀର୍ଘ ଦିନଧରି ନିଷ୍ଠାପର ଓ ନିର୍ସ୍ୱାର୍ଥପର ଭାବେ ଏହି ଦୁଇ ନାୟକ ଏଯାବତ କାର୍ଯ୍ୟ କରିଚାଲିଛନ୍ତି ।

Leave a comment